June 16, 2026

୫୪ତମ ପାର୍ଟି ପ୍ରତିଷ୍ଠା ଦିବସରେ ସଭା ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

IMG-20230422-WA0010
Share

 

ବ୍ରହ୍ମପୁର, ତା ୨୨/୦୪. ବିଶ୍ବ ସର୍ବହରା ନେତା ଭି ଆଇ ଲେନିନ ଙ୍କ ଜନ୍ମଦିବସ କୁ ସିପିଆଇ (ଏମ୍ ଏଲ୍) ପାର୍ଟି ପ୍ରତିଷ୍ଠା ଦିବସ ଭାବେ ୨୨ ଅପ୍ରେଲ ୧୯୬୯ ପାଳନ କରି ଆସୁଅଛି। ସି.ପି.ଆଇ (ଏମ୍ ଏଲ୍) ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଜିଲ୍ଲା ସମ୍ପାଦକ କମ୍ରେଡ ଶଙ୍କର ତାଙ୍କ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ ଯେ ବ୍ରିଟିଶ ଉପନିବେଶବାଦ ଏବଂ ଭାରତୀୟ ଶୋଷଣ ବ୍ୟବସ୍ଥା ବିରୁଦ୍ଧରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଐତିହାସିକ ଭୂମିକା ସଂପର୍କରେ ଆଲୋଚନା ରଖିବା ସହିତ ଅମାନବୀୟ ଜାତିପ୍ରଥା ଏବଂ ଶ୍ରେଣୀ ସଂଗ୍ରାମ ସହ ଯୋଡ଼ି ଆନ୍ଦୋଳନ କୁ ଆଗକୁ ନେବାରେ ବିଫଳ ହେବା ଏବଂ ଏହା ବିରୁଦ୍ଧରେ ୧୯୬୪ରେ ପାର୍ଟି ମଧ୍ୟରେ ଅନ୍ତ୍ରଦ୍ବନ୍ଦ ରୁ ସିପିଆଇ ଏମ୍ ର ଜନ୍ମ। ଏହା ପରେ ନକ୍ସଲ ବାଡି ଆନ୍ଦୋଳନ ରେ ଭୂମି ଆନ୍ଦୋଳନ କୁ ପ୍ରାଧାନ୍ୟ ଦେଇ ମାର୍କସ ବାଦ୍-ଲେନିନ ବାଦ୍- ମାଓ ସେ ତୁଂ ବିଚାରଧାରା କୁ ନେଇ ସିପିଆଇ ଏମ୍ ଏଲ୍ ଗଠନ ହୋଇ ସାରା ଦେଶରେ ବିପ୍ଳବ ର ଲହର ସୃଷ୍ଟି ହେବା ସହିତ ଏକ ଗଣ ଅଭ୍ୟୁଥାନ ସୃଷ୍ଟି ହୋଇଥିଲା। ବ୍ୟକ୍ତି ହତ୍ୟା ଓ ଶ୍ରେଣୀ ସଂଘର୍ଷ କୁ ଅବହେଳା କରି ଜନଗଣ ଠାରୁ ଦୁରେଇ ଯାଇଛନ୍ତି। ଅର୍ଥନୈତିକ ଓ ଜୀବନ ଜୀବିକା ଆନ୍ଦୋଳନ ରେ ଏବେ ମଧ୍ୟ ଜନଗଣଙ୍କ ଆସ୍ଥା ରହିଥିଲେ ମଧ୍ୟ ରାଜନୈତିକ ବିକଳ୍ପ ଭାବେ ପ୍ରତିଷ୍ଠା ହେବାରେ ଅସମର୍ଥ। ଏହାର ସୁଯୋଗ ନେଇ ଦକ୍ଷିଣ ପନ୍ଥୀ ଓ ଅତି ଦକ୍ଷିଣ ପନ୍ଥୀ ମାନେ କ୍ଷମତା କୁ ଅକ୍ତିଆର କରି ଏକଛତ୍ରବାଦ ନୀତି ଆପଣାଇ ସମ୍ବିଧାନ ଉପରେ ନଗ୍ନ ଆକ୍ରମଣ କରାଯାଉଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ରାଷ୍ଟ୍ର କ୍ଷମତା ଓ ରାସ୍ତାରେ ବୃହତ ଏବଂ ସୁକ୍ଷ୍ମ ସ୍ତରରେ ନିଜର କାୟା ବିସ୍ତାର କରିଛି। ଏହାକୁ ବୈଚାରିକ ଭାବେ ହରାଇବା ପାଇଁ ବିପ୍ଳବୀ କମ୍ୟୁନିଷ୍ଟ ମାନେ ହିଁ ସମର୍ଥ।‌ ସିପିଆଇ ଏମ୍ ଏଲ୍ ରେଡଷ୍ଟାର ତାର ନବମ ମହାଅଧିଵେଶନ ରୁ ୧୨ତମ ମହା ଅଧିବେଶନ ରେ ଏହାକୁ ସମୃଦ୍ଧ କରିଚାଲିଛି। ଆର ଏସ୍ ଏସ୍ ଫାସିବାଦ କୁ କବର ଦେବା ପାଇଁ ବିପ୍ଳବୀ କମ୍ୟୁନିଷ୍ଟ ଏକତା ଏବଂ ଫାସିବାଦ ବିରୋଧୀ ମଞ୍ଚ ଗଠନର ଆବଶ୍ୟକତା କୁ ବର୍ଣ୍ଣନା କରିଥିଲେ। ଶ୍ରେଣୀ ଶତ୍ରୁ ଓ ପୁଞ୍ଜିବାଦ କୁ ପରସ୍ତ କରିବା ମୂଖ୍ୟ ଏଜେଣ୍ଡା। ବୋଲି ବର୍ଣ୍ଣନା କରିଥିଲେ।

ସଭା ସ୍ଥଳରୁ ଶ୍ରମିକ ବିରୋଧୀ ୪ ଟି ଶ୍ରମ ସଂହିତା ପ୍ରତ୍ୟାହାର, ସମାନ କାମକୁ ସମାନ ମଜୁରି, ବଜାର ଦରକୁ ଆଧାର କରି ଦୈନିକ ସର୍ବନିମ୍ନ ମଜୁରୀ ୧୦୦୦ ଟଙ୍କାକୁ ବୃଦ୍ଧି କରିବା, ନରେଗା ଶ୍ରମିକଙ୍କୁ ବାର୍ଷିକ ୩୦୦ ଦିନର କାମ ଯୋଗାଇବା, ୫୫ ବର୍ଷରୁ ଉର୍ଦ୍ଧ୍ଵ ନିର୍ମାଣ ଓ ନରେଗା ଶ୍ରମିକଙ୍କୁ ମାସିକ ଅବସରକାଳୀନ ଭତ୍ତା ୧୦ ହଜାର ଟଙ୍କା ପ୍ରଦାନ କରିବା, ରାଜ୍ୟର ସମସ୍ତ ନରେଗା ଶ୍ରମିକଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ କରିବା ପାଇଁ ତୁରନ୍ତ ଏକ ସ୍ବତନ୍ତ୍ର କଲ୍ୟାଣ ବୋର୍ଡ ଗଠନ, ନିର୍ମାଣ ଶ୍ରମିକଙ୍କ ସହାୟତା ଆବେଦନ ର୬୦ ଦିନ ମଧ୍ୟରେ ପ୍ରଦାନ କରିବା ପାଇଁ ଆଇନ ପ୍ରଣୟନ, ନିର୍ମାଣ ଶ୍ରମିକଙ୍କ ପୁଅ ଝିଅଙ୍କ ଶିକ୍ଷା ସହାୟତା ପ୍ରଦାନ ବ୍ୟବସ୍ଥା କୁ ସରଳୀ କରଣ କରିବା, ବରିଷ୍ଠ ନାଗରିକଙ୍କୁ ରେଳଯାତ୍ରାର ୫୦% ରିହାତି ପୁନଃ ପ୍ରଦାନ, ଦାଦନ ହାର କମାଇବା ପାଇଁ ରାଜ୍ୟରେ କୃଷିଭିତିକ ଶିଳ୍ପ ପ୍ରତିଷ୍ଠା ଆଦି ଦାବି ନେଇ ମୁଖ୍ୟମନ୍ତ୍ରୀ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ସଭାରେ ଜିଲ୍ଲା କମିଟି ସଦସ୍ୟା ପେଦିନୀ ପାର୍ବତୀ. ପରି ଦାଶ, ନିରଞ୍ଜନ ନାହକ, ସୁରେଶ ମହାରଣା ଆଦି ବକ୍ତବ୍ୟ ପ୍ରଦାନ କରିଥିଲେ।‌

You may have missed