ଉମରକୋଟ ଠାରେ ଉଚ୍ଛେଦ କରାଯାଇଥିବା ଲୋକଙ୍କୁ ଥଇଥାନ ନ କଲେ ଆନ୍ଦୋଳନ ହେବ- ପୂର୍ବତନ ସାଂସଦ ……..
ଉମରକୋଟ-:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ପୂର୍ବତନ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଉମରକୋଟ ସ୍ଥିତ ବାସଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ ଉମରକୋଟ, ଝରିଗାଁ,ରାଇଘର ଅଞ୍ଚଳ ରେ ପ୍ରାୟ ୫୦ ବର୍ଷ ରୁ ଉର୍ଦ୍ଧ୍ବ ଗାଁ ଗହଳି ରେ ଛୋଟିଆ ଘରଟିଏ ଦୋକାନ କରି ଚଳୁଥିବା ଏହି ନିରୀହ ଲୋକଙ୍କୁ ଜିଲ୍ଲା ପ୍ରଶାସନ ଗୋଟିଏ ନୋଟିସ କରି ଘର ସବୁ ଭାଙ୍ଗି ଦେଇଛନ୍ତି । ସେମାନଙ୍କୁ କୌଣସି ଥଇଥାନ ର ବ୍ୟବସ୍ଥା କରିନାହାନ୍ତି ଜିଲ୍ଲା ପ୍ରଶାସନ। ଝରିଗାଁ ବ୍ଲକ ର ହାତୀ ବାଡି ଗ୍ରାମ ରେ ୨୮ ପରିବାରଙ୍କ ଘର ଭାଙ୍ଗି ଦେଇଛନ୍ତି। ସେଭଳି ଉମରକୋଟ ର ମେନ୍ଦାବେଡା ର ରାସ୍ତା କଡରେ ଥିବା ଦୋକାନ କରି ଚଳୁଥିବା ଦୋକାନ ଘର ଗୁଡିକ ମଧ୍ଯ ଭାଙ୍ଗି ଦେଇଛନ୍ତି। ଏହା ଉଛେଦ ଉପରେ ଟାର୍ଗେଟ କରିଛନ୍ତି ନବରଙ୍ଗପୁର ବିଜେଡି ସଭାପତି ଶ୍ରୀ ରମେଶ ମାଝୀ ଯଦି ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଉଚିତ୍ ପଦକ୍ଷେପ ଗ୍ରହଣ ପୂର୍ବକ ଥଇଥାନ ବ୍ୟବସ୍ଥା ନ କରନ୍ତି ତେବେ ରାଜ ରାସ୍ତାରେ ଓହ୍ଲାଇ ନିରୀହ ଲୋକଙ୍କ ହକ୍ ପାଇଁ ଲଢେଇ କରିବା ସହ ଜୋରଦାର୍ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।
