April 30, 2026

ପାରଳଖେମୁଣ୍ଡି ରବୁଦ୍ଧିଜୀବୀଙ୍କ ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ 

IMG-20250623-WA0060
Share

ପାରଳାଖେମୁଣ୍ଡି:୨୩/୬(ଗରୁଡ ଧ୍ୱଜ ଚୌଧୁରୀ)ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ଐତିହ୍ୟ ସ୍ମାରକୀ ସମ୍ପର୍କ ରେ ଏକ ଆଲୋଚନାଚକ୍ର ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପାରଳଖେମୁଣ୍ଡିର ବହୁ ବିଶିଷ୍ଟ ବ୍ୟକ୍ତିଗଣ ଯୋଗଦାନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଦାନ୍ୟତା ଓ ପଦକ୍ଷେପ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ଆଗାମୀ ୨୮ତାରିଖ ଦିନ ଗଜପତି ଭିଜନ ଡକ୍ୟୁମେଣ୍ଟ (Gajapati vision document) ପ୍ରସ୍ତୁତି ନିମନ୍ତେ କ୍ରିୟାନୁଷ୍ଠାନ କମିଟି ଗଠନ ସକାଶେ ପୌରପାଳିକା ସଂଲଗ୍ନ ଅଞ୍ଚଳ ର ବ୍ୟକ୍ତିବିଶେଷମାନଙ୍କୁ ଉକ୍ତ ସଭା ରେ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିବାକୁ ନିବେଦନ କରାଗଲା।ଭାରତ ଭୂଷଣ ମହାନ୍ତି, ଅଶ୍ଵିନୀ ପାଢୀ,ବିଚିତ୍ରାନନ୍ଦ ବେବର୍ତ୍ତା,ବିନୋଦ ଚନ୍ଦ୍ର ଜେନା, ଡ.କଲ୍ୟାଣୀ ମିଶ୍ର,ଆରୁପାଞ୍ଜଳି ମହାନ୍ତି, ଶୁଭ୍ରା ପଟ୍ଟନାୟକ,ଅଧ୍ୟlପିକl ଅଞ୍ଜନା ପଟ୍ଟନାୟକ,ସ୍ନିଗ୍ଧା ମିଶ୍ର, ପ୍ରମୋଦ ପାଢୀ,ରାମ ଚନ୍ଦ୍ର ପାଢୀ, ଶ୍ୟାସୁନ୍ଦର ଗନ୍ତାୟତ,ଅରକ୍ଷିତ ଜେନା,ସଚି ସମଲ, ତ୍ରିପତି ପଣ୍ଡା ପ୍ରଭୁତି ୬୦ ରୁ ଉର୍ଦ୍ଧ୍ବ ଯୋଗ ଦେଇଥିଲେ।

You may have missed