June 19, 2026

ମେକ୍ସପିକଅପ ସହ ଦେଶି ମଦ ଜବତ ଦୁଇ ଯୁବକ ଗିରଫ।

IMG-20250620-WA0022
Share

 

 

 

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ଅନ୍ତର୍ଗତ ଖର୍ଲଂ ଗ୍ରାମ ନିକଟ ମୁଖ୍ୟ ରାସ୍ତା ଉପରେ ଦେଶି ମଦ ଚୋରାଚାଲାଣ ବେଳେ ମାଡି ବସିଲା ଅବକାରି ବିଭାଗ। ୪୦ ଲିଟର ଦେଶି ମଦ ସହ ମେକ୍ସପିକଅପ ଗାଡି ଜବତ ଦୁଇ ଅଭିଯୁକ୍ତ ଯୁବକ ଗିରଫ କରିଛି ଅବକାରି ବିଭାଗ। ଗିରଫ ଅଭିଯୁକ୍ତ ହେଲ ପୁରୁଣାଗୁଣୁପୁର ଦଣ୍ଡାସିସାହିର ପାତୀକା କରଣ , ଡି ସିମାଦ୍ରି ।

ସେହିଭଳି ଗାଡିଆବାଙ୍ଗ ନିକଟ ଜଙ୍ଗଲ ରେ ଚଢାଉ କରିଛି ଅବକାରି ବିଭାଗ। ଦେଶି ମଦ ପ୍ରସ୍ତୁତି ପାଇଁ ବେଆଇନ ଭାବେ ଗଛିତ ଥିବା ୧୨୦୦ ଲିଟର ପୋଚ ନଷ୍ଟ କଲା ଅବକାରି ବିଭାଗ। ଏହି ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ଗୁଣୁପୁର ଅବକାରି ବିଭାଗ ନିରିକ୍ଷକ କହିଛନ୍ତି।

You may have missed