June 18, 2025

ଟ୍ରକ୍‌ ପଛରେ ଧକ୍କା ହେଲା କାର୍, ଗୁରୁତର ଅବସ୍ଥାରେ ଡାକ୍ତର ମେଡିକାଲରେ ଭର୍ତ୍ତି

IMG-20250617-WA0065
Share

 

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) ମେଡିକାଲ କ୍ୟାମ୍ପକୁ ଯାଉଥିଲେ, ରାସ୍ତାରେ ଦୁର୍ଘଟଣା ହେଲା ଡାକ୍ତରଙ୍କ କାର୍ । ଦୁର୍ଘଟଣାରେ ଗୁରୁତର ହେଲେ ଡାକ୍ତର । ଗୁରୁତର ଅବସ୍ଥାରେ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ୨୦ନଂ ଜାତୀୟ ରାଜପଥ ହସନପୁର ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କାର୍ଟି ଯାଇ ଟ୍ରକ୍ ପଛପଟେ ଧକ୍କା ହୋଇଥିଲା ।

ଫଳରେ କାର୍ରେ ଥିବା ଡାକ୍ତର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଗରୁତର ଡାକ୍ତର ହେଲେ କେନ୍ଦୁଝର ମେଡିକାଲର ମେଡ଼ିସିନ ବିଭାଗର ଡାକ୍ତର ଜଗନ୍ନାଥ ପ୍ରଧାନ । ସେ ଆଏକ ମେଡିକାଲ କ୍ୟାମ୍ପ ପାଇଁ କେନ୍ଦୁଝରରୁ କୁଆଖିଆ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।