ଗୁଆଳି ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଗୁଆଳି ଗ୍ରାମ ପଞ୍ଚାୟତ କାର୍ଯ୍ୟା ଳୟ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଯାଇଛି.ଏହିଶିବିର ରେ ଆସନା ଗ୍ରାମ ରେ ଏଲ ଆଇ କେନ୍ଦ୍ର ନିର୍ମାଣ. ଜେ ଇ ଏଲ ସି ଚର୍ଚ୍ଚ ଠାରେ ପାଚେରି କାନ୍ଥ ନିର୍ମାଣ. ସିସି ରାସ୍ତା. ଅଙ୍ଗନ ୱାଡି କେନ୍ଦ୍ର ମାନଙ୍କ ରେ ନୂତନ ନଳ କୂପ ଖନନ. ଡ୍ରେନ ସଫେଇ.ବିଦ୍ୟୁତ ସଂଯୋଗ.ଗୁଆଳି ପଞ୍ଚାୟତ ଦାଇତ୍ୱ ରେ ଥିବା ଯନ୍ତ୍ରୀ ରୋମାକାନ୍ତ ନାୟକ ନିୟମିତ ଆସୁନାହାନ୍ତି ନିମ୍ନ ମାନର କାମ ଚାଲୁ ଅଛି ପଞ୍ଚାୟତ ରେ. ତାଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ଗୁଆଳି ଗ୍ରାମ ବାସି ଶିବିର ରେ ଲିଖିତ ଅଭିଯୋଗ କରିଥିବାର ଜଣାଯାଇଛି.ବନ୍ଧଗୁଡା ଠାରୁ ଇନ୍ଦ୍ରାବତୀ ନଦୀ ପର୍ଯ୍ୟନ୍ତ ମାଟି ଡ୍ରେନ ନିର୍ମାଣ. ଆସନା ଗ୍ରାମରେ ନୂତନ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଓ ବଣିଆ. ଗୁଆଳି ଆସନା ଗ୍ରାମ ଠାରେ ଏସହେଚଜି ବୈଠକ ଗୃହ ନିର୍ମାଣ କରିବା ଆଦି ବ୍ୟକ୍ତିଗତ 2ଟି ଓ ଗୋଷ୍ଠିଗତ 16ଟି ମୋଟ 18ଗୋଟି ଅଭିଯୋଗ ର ଶୁଣାଣି ହୋଇଥିବା ଜଣାଯାଇଛି.ଯନ୍ତ୍ରୀ ମାନେ ଜନ ଶୁଣାଣି ଶିବିର ରେ ଉପସ୍ଥିତ ରହୁ ନାହାନ୍ତି. ଅଞ୍ଚଳ ଗସ୍ତ କରୁନାହାନ୍ତି. ବୋଲି ଗ୍ରାମବାସୀ ଙ୍କ ମହଲ ରେ ପ୍ରକାଶ ପାଇଛି. ଏଇଇ ସନ୍ତୋଷ ବାଗସିଂ କରିଥିବା ଅନିୟମିତତା ଯୋଗୁଁ ଆଜି କୋଟପାଡ଼ ବ୍ଲକ ର ଦୁର୍ନୀତି ଦାଣ୍ଡ ରେ ପଡ଼ି ହାଟରେ ଗଡୁ ଥିବା ବେଳେ ସୋମବାର ଯନ୍ତ୍ରୀ ରୋମାକାନ୍ତ ନାୟକ ଙ୍କ ନାମରେ ଅଭିଯୋଗ ହୋଇଛି. ତୁରନ୍ତ ଜ଼ିଲ୍ଲା ପ୍ରଶାସନ ହସ୍ତ କ୍ଷେପ କରି ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳ ବାସି ଦାବି କରିଥିବାର ଜଣାଯାଇଛି. ଅନ୍ୟ ମାନଙ୍କ ମଧ୍ୟ ରେ ବିଡ଼ିଓ ସନ୍ଧ୍ୟା ସମରଥ. ସିଡ଼ିପିଓ ସୁମିତ୍ରା ଦେବୀ ତ୍ରିପାଠି. ଜିପିଓ ସୁଧାଂଶୁ ରଥ. ବି ଏସ ଏସ ଓ ମମତା ଭତରା. ସରପଞ୍ଚ ସନମତି ପୂଜାରୀ. ପିଇଓ ରଶ୍ମିତା ଦାସ. ଚିନ୍ମୟ ମହାପାତ୍ର. ଏଡିଓ ସୁଜିତ କୁମାର ଦାସ.ସମାଜ ସେବି ରାମ କୃଷ୍ଣ ପୂଜରୀ. ରାଜ ମୋହନ ଭଣ୍ଡାରୀ ଙ୍କ ସମେତେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର ଓଡିଶା.