September 23, 2026
IMG-20250616-WA0002
Share

*ପ୍ରଗତି ମହିଳା ସଙ୍ଗଠନ* *ଆନୁକୁଲ୍ୟରେ।* *ଅନ୍ତର୍ଜାତୀୟ ପିତୃ ଦିବସ* *ଓ ରଜୋତ୍ସବ* *ପାଳନ* ୧୫/୦୬/୨୫ ପାରଳାଖେମୁଣ୍ଡି । ଆଜି ଅପରାହ୍ନ ଚାରିଟା ସମୟରେ ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ଏଡୁକେସନ୍ (ରାଜ ବାଟି ପରିସରରେ) ପ୍ରଗତି ମହିଳା ସଙ୍ଗଠନ ଅନ୍ତର୍ଜାତୀୟ ପିତୃ ଦିବସ ଏବଂ ରଜ ଉତ୍ସବ ପାଳନ ହୋଇସାରିଛି। ପ୍ରାରମ୍ଭରେ ଶୁଭଶ୍ରୀ ଭୁକ୍ତା ସ୍ଵାଗତ ଭାଷଣ ଦେଇଥିବାବେଳେ ସ୍ନେହା ବେହେରା ପରିଚୟ ପ୍ରଦାନ କରିଥିଲେ। ପିତାଙ୍କୁ ସଶ୍ରଦ୍ଧ ସମାନ ସହ ସେବା ଦେବାସହ ଜଣେ ଚଳନ୍ତି ପ୍ରତିମାକୁ ବା ଭଗବାନ ଭଳି ମାନିବା ନିତ୍ୟାନ୍ତ ଆବଶ୍ୟକ ବୋଲି ବକ୍ତା ମାନେ କହିଥିଲେ

ପିତୃ ପୂଜାରେ ବିଚିତ୍ରାନନ୍ଦ ବେବର୍ତ୍ତା, ମନୋଜ ପଟ୍ଟନାୟକ, ଡ.ନରସିଂହ ଗୌଡ ,ଭାଗବତ ପାଢୀ, ଲୋକନାଥ ମିଶ୍ର, ହରିମୋହନ ପଟ୍ଟନାୟକ, ମଞ୍ଚାସୀନ ଥିଲେ ।ସଭାନେତ୍ରୀ କଳ୍ପନା ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଅନୁଷ୍ଠାନର ସମ୍ପାଦିକା ତନୂଜା ଶତପଥି ପ୍ରାକ୍ ସୂଚନା ଦେଇଥିଲେ। ଏହି ଅବସରରେ ଓଡ଼ିଆ ତର୍କ, ଅଲତା ପରିଧlନ,ନୃତ୍ୟ, ରଜ କୁଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଜ ୟୀଙ୍କୁ ପ୍ରମାଣ ପତ୍ର ଓ ଫୁଲତୋଡ଼ା ପ୍ରଦାନ କରାଯାଇଥିଲା।ଶେଷରେ ରଜ ପାନ, ଓଡ଼ିଆ ପାରମ୍ପାରିକ କାକରା ପିଠା,ପୋଡ ପିଠା ପରିବେଷଣ କରାଯାଇଥିଲା। ଶେଷରେ ରାଜେଶ୍ୱରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ