ପାଇକମାଲ ବ୍ଲକରେ ବଜ୍ରପାତରେ ଜଣେ ବ୍ୟକ୍ତି ମୃତ,୨ ଆହତ

ସୁରେନ୍ଦ୍ର କଠାର,ବରଗଡ
ପାଇକମାଳ ବ୍ଳକ ଛିନ୍ଦେଇକେଲା ପଞ୍ଚାୟତ ବାରପଲିଆରେ ବ୍ରଜପାତରେ ଜଣେ ମୃତ ଓ ଦୁଇ ଜଣ ଆହତ । ସୂଚନାଯୋଗ୍ୟ, ରବିବାର ଅପରାହ୍ନ ୩ଟାରେ ବର୍ଷା ହେଉଥିବା ସମୟରେ ଗୋଟିଏ ବରଗଛ ମୂଳରେ ବଳଦେବ ମାଝୀ (୪୩), ଧନସିଂ ଛତ୍ରିଆ (୩୦)ଓ ବୈକୁଣ୍ଠ ଛତ୍ରିଆ (୩୦) ଆଶ୍ରୟ ନେଉଥିବା ସମୟରେ ବ୍ରଜପାତରେ ବଳଦେବ ମାଝୀଙ୍କ ମୃତ୍ୟୁ ହୋଇଥିବାବେଳେ ଧନସିଂ ଛତ୍ରିଆ ଓ ବୈକୁଣ୍ଠ ଛତ୍ରିଆ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୂଆପଡ଼ା ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।