September 16, 2026

ମୁମ୍ବାଇରୁ ଓଡ଼ିଶା ଫେରୁଥିବା ଯୁବକ ନିଖୋଜ।

IMG-20250614-WA0001
Share

 

ଚିକିଟି ଶୁଭଶ୍ରୀ ପ୍ରଧାନ ୧୩/୦୬/୨୫

କରଡ଼ା ଥାନା ଅନ୍ତର୍ଗତ ଜରଡ଼ା ନାଇକ ସାହିର ଅଶୋକ ନାଇକ ମୁମ୍ବାଇ ଠାରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଗତ ୮ ତାରିଖରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡ଼ା ଆସିବା ପାଇଁ କୋଣାର୍କ ଏକ୍ସପ୍ରେସରେ ବସିଥିଲେ। ଘରକୁ ଆସୁଥିବା ନେଇ ସ୍ତ୍ରୀ ଟୁନି ନାଇକ ଙ୍କୁ ୮୬୫୨୩୪୩୫୭୧ ନଂ ରେ ଫୋନ୍ କରି କହିଥିଲେ । କିଛି ସମୟ ପରେ ଫୋନ୍ ସୁଇଚ୍ଚ ଅଫ ହୋଇଥିଲା।୯ ତାରିଖ ରାତି ୮.୩୦ ରେ ବ୍ରହ୍ମପୁର ଷ୍ଟେସନ୍ ରେ ଅଶୋକ ପହଞ୍ଚିବା କଥା ମାତ୍ର ଅଶୋକ ଗୃହକୁ ନ ଆସିବାରୁ ଅଶୋକଙ୍କ ସ୍ତ୍ରୀ ଟୁନି ନାଇକ ଜରଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ୫ ଦିନ ବିତିଯାଇଥିଲେ ମଧ୍ୟ ଅଶୋକ ଙ୍କ କୌଣସି ଖବର ମିଳୁନଥିବା ହେତୁ ତାଙ୍କ ପରିବାର ବର୍ଗ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି। ଯଦି କୌଣସି ବ୍ୟକ୍ତି ଅଶୋକଙ୍କ ସନ୍ଧାନ ପାଆନ୍ତି ନିକଟସ୍ଥ ଥାନା କିମ୍ୱା ୭୩୦୪୧୨୭୭୩୨ ନଂ ରେ ଜଣାଇବା ପାଇଁ ଟୁନି ନାଇକ ଅନୁରୋଧ କରିଛନ୍ତି।