August 4, 2026

ପୂର୍ବତନ ବିଧାୟକ ବିଶ୍ୱନାଥ ସାହୁଙ୍କ ଜନ୍ମ ଶତବାର୍ଷିକୀ ସ୍ମୃତି କମିଟି ଗଠିତ—

IMG-20250613-WA0023
Share

 

ଗଜପତି –ଓଡ଼ିଶାର ପ୍ରଖ୍ୟାତ କମ୍ୟୁନିଷ୍ଟ ନେତା,ସ୍ୱାଧୀନତା ସଂଗ୍ରାମୀ ତଥା ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇ ଥର ବିଧାୟକ ରହିଥିବା ବିଶ୍ୱନାଥ ସାହୁଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ବ୍ରହ୍ମପୁର ଠାରେ ଏକ ରାଜ୍ୟ ସ୍ତରୀୟ ସ୍ମୃତି କମିଟି ଗଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ଭଗବାନ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ନବଗଠିତ ଏହି ଶତବାର୍ଷିକୀ ସ୍ମୃତି କମିଟିରେ ପରିବେଶବିତ୍ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରା ସଭାପତି, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ଼ି ସମ୍ପାଦକ, ବରିଷ୍ଠ ସାମ୍ବାଦିକ ରବି ରଥ ଉପସଭାପତି ଏବଂ ଆଇନଜୀବୀ ଅବନୀ ଗୟା ସହ ସମ୍ପାଦକ ଭାବେ ମନୋନୀତ ହୋଇଥିବା ବେଳେ ସର୍ବଶ୍ରୀ ସମାଜ ବିଜ୍ଞାନୀ ଭଗବାନ ସାହୁ, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ସିପିଆଇର ଜିଲ୍ଳା ସମ୍ପାଦକ ପ୍ରକାଶ ପାତ୍ର,ସିପିଏମ୍ ଜିଲ୍ଳା ସମ୍ପାଦକ ଯୁଧିଷ୍ଠିର ବେହେରା,ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, କଂଗ୍ରେସ ନେତା ଦୀପକ ପଟ୍ଟନାୟକ, ସିପିଆଇ ର ଗୋକୁଳ ଚନ୍ଦ୍ର ପଣ୍ଡା, ଏନ୍.ଭାନୁମତୀ,ପ୍ରଗତିଶୀଳ ଲେଖିକା ଡ.ବିଧୁପ୍ରଭା ରଥ, ଆପ୍ ଜିଲ୍ଳା ସମ୍ପାଦକ ସୁବାସ ରାଉତ, ଲୋକନାଥ ପରିଡ଼ା,ବୃନ୍ଦାବନ ଖଟେଇ,ଗାଗାରିନ ନାୟକ, ବୃନ୍ଦାବନ ପଣ୍ଡା, ରବୀନ୍ଦ୍ର ନାୟକ ପ୍ରମୁଖ ସଦସ୍ୟ ଭାବେ ରହିଛନ୍ତି । ସେହିପରି ସ୍ମରଣିକା କମିଟିର ମୁଖ୍ୟ ଭାବେ ସୁଧୀର ପଟ୍ଟନାୟକ ଏବଂ ସଦସ୍ୟ ଭାବେ ସର୍ବଶ୍ରୀ ବିଘ୍ନେଶ୍ୱର ସାହୁ, ବରିଷ୍ଠ ସାମ୍ବାଦିକ ବି.ଚନ୍ଦ୍ରଶେଖର ରାଓ ପଟ୍ଟନାୟକ, ପ୍ରକାଶ ପାଣିଗ୍ରାହୀ,ଅଜିତ ସାହୁ,

ଡ.ଲକ୍ଷ୍ମୀନାରାୟଣ ଦାଶ ପ୍ରମୁଖ ରହିଛନ୍ତି ।ଆଗାମୀ ଜୁଲାଇ ୧୨ ତାରିଖରେ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ବିଧାୟକ ବିଶ୍ୱନାଥ ସାହୁଙ୍କ ରାଜ୍ୟ ସ୍ତରୀୟ ଜନ୍ମ ଶତବାର୍ଷିକୀ ସମାରୋହ ବ୍ରହ୍ମପୁର ଠାରେ ପାଳନ କରାଯିବାକୁ ସ୍ଥିରୀକୃତ ହୋଇଛି। ସ୍ମୃତିକମିଟିର ସଂଯୋଜକ ଭାବେ ବିଘ୍ନେଶ୍ୱର ସାହୁ ରହିଥିବା ବେଳେ ଶ୍ରୀ ସାହୁଙ୍କ ସମ୍ପର୍କିତ ଏକ ସ୍ମରଣିକା ପ୍ରକାଶ ସକାଶେ ମୋବାଇଲ ନମ୍ବର ୭୦୦୮୭୮୭୩୬୪ ରେ ଯୋଗା ଯୋଗ ଲାଗି ଅନୁରୋଧ କରାଯାଇଛି।

You may have missed