March 7, 2026

ଉମରକୋଟ ର ଶ୍ରୀ ଵିଷ୍ଣୁ ପ୍ରସାଦ ସାହୁଙ୍କୁ ” ପ୍ରକୃତି ବନ୍ଧୁ.. 2025″ ପୁରସ୍କାର……….

IMG-20250609-WA0072
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁରର ଚରକ ବନ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି l ଏହି ଅବସରରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଶୁଭେନ୍ଦୁ ପ୍ରସାଦ ବେହେରା, ଡ଼ି. ଏଫ. ଓ. ନବରଙ୍ଗପୁର, ଘନଶ୍ୟାମ

ବେହେରା ଡି. ଏଫ. ଓ. କେନ୍ଦୁଲିପି, ଧନୁର୍ଜୟ ମହାପାତ୍ର, ଡ଼ି. ଏଫ. ଓ., କୋରାପୁଟ, ଈଶ୍ୱର ଚନ୍ଦ୍ର ସାବତ, ଡ଼ି. ଆଇ. ପି. ଆର. ଓ. ନବରଙ୍ଗପୁର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ l ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଉମରକୋଟ ବ୍ଲକର ଉଦୀୟମାନ ଶିକ୍ଷାବିତ ଶ୍ରୀ ବିଷ୍ଣୁ ପ୍ରସାଦ ସାହୁଙ୍କୁ ନବରଙ୍ଗପୁର ଡ଼ି. ଏଫ. ଓ. ଶ୍ରୀ ଶୁଭେନ୍ଦୁ ପ୍ରସାଦ ବେହେରା “ପ୍ରକୃତି ବନ୍ଧୁ” ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ l ତାଙ୍କର ଏହି ସଫଳତା ନିମନ୍ତେ ଉମରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀ ଶ୍ରୀ ସାହୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l ଏଥିସହ ବୁଦ୍ଧିଜୀବୀବୃନ୍ଦ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ସହ ଆନନ୍ଦ ପ୍ରକଟ କରିଛନ୍ତି l