March 12, 2026

ଗୋ ମାଂସ ବେପାରୀକୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ ..

IMG-20250609-WA0038
Share

 

 

ମୋରଡା(ବିଭୂତି ରାଉତ)

ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଦୁଇଜଣ ଗୋ ମାଂସ ବେପାରୀକୁ ଧରି ନିସ୍ତୁକ ଉତ୍ତମ ମଧ୍ୟମ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା l ସୂଚନା ମୁତାବକ,ବଜରଙ୍ଗ ସେନା ସଦସ୍ୟ ଯୁଧିଷ୍ଠିର ଭଦ୍ର, ଛତିଶ ମହାନ୍ତ, ବୁଦ୍ଧେଶ୍ୱର ମହାନ୍ତ ଏବଂ ଅନ୍ୟମାନେ ମୋରଡା ଅଞ୍ଚଳରେ ଗୋ ମାଂସ ବିକ୍ରି ହେଉଥିବାର କୌଣସି ସୂତ୍ରରୁ ଖବର ପାଇଥିଲେ।ତେବେ ମୋରଡା ବ୍ଲକ ଅଧୀନ ବାରମାଇଲ ଇଦର ଗ୍ରାମର ପିତାମ୍ବର ମୁଖୀ ଏବଂ ମୋହନପୁରର ସୁନାରାମ ମୁର୍ମୁ ନାମକ ଦୁଇଜଣ ଗୋ ମାଂସ ବେପାରୀ ଏକ ବାଇକ ଯୋଗେ ୩୮ କେଜି ମାଂସ ବାଲେଶ୍ଵର ଜିଲ୍ଲା ବସ୍ତାରୁ ବାରମାଇଲକୁ ଆଣୁଥିବା ସମୟରେ ଚିତ୍ରଡା ପାଟପୁର ଛକରୁ ଏମାନଙ୍କୁ ପିଛା କରି ବ୍ଲକ ଛକ-କଲଣି ଛକ ମଝିରେ ମାଗାଦ ବନ୍ଧ ପୋଲ ନିକଟରେ କାବୁ କରିଥିଲେ l କାବୁ କରିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗୋ ମାଂସ ବେପାରୀଙ୍କ ଏକ ବାଇକକୁ ସ୍ଥାନୀୟ ଲୋକେ ଭାଙ୍ଗିଥିଲେ l ଏହାପରେ ଉକ୍ତ ଦୁଇଜଣ ବେପାରୀଙ୍କୁ ପେଣ୍ଟ ସାର୍ଟ ଖୋଲି ମୁଁହ,ଦେହରେ ଗୋବର ଲେପି ଖାଲି ପାଦରେ ଚଲାଇ ଚଲାଇ ଶୀର୍ଷାପାଳ ଛକକୁ ନେଇଥିଲେ l ଘଟଣାସ୍ଥଳରେ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ଉକ୍ତ ଦୁଇଜଣ ବେପାରୀଙ୍କୁ ମୋରଡା ଥାନାକୁ ନିଆଯାଇଥିଲା l ସୂଚନା ଯୋଗ୍ୟଯେ, ପ୍ରତି ମଙ୍ଗଳବାର ଦିନ ବାରମାଇଲ ହାଟ ନିକଟ କେନାଲ ରାସ୍ତାରେ ଏମାନେ କେଜି ପିଛା ୧୫୦ ଟଙ୍କାରେ ଗୋ ମାଂସ ବିକ୍ରି କରନ୍ତି ବୋଲି ଜଣାପଡିଛି l