March 10, 2026

ଅବନୀ ବରାଳଙ୍କ 92 ତମ ଜୟନ୍ତୀ ପାଳନରେ ମତ- ନୂତନ ଶିକ୍ଷାନୀତି ଅନ୍ଧକାର ସୃଷ୍ଟି କରିବ

IMG-20250603-WA0028
Share

 

ବ୍ରହ୍ମପୁର, 3‐5

ଶିକ୍ଷକ କୁଳର ତ୍ରାଣକର୍ତ୍ତା ତଥା ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଆଜୀବନ ସାଧାରଣ ସମ୍ପାଦକ ସ୍ବର୍ଗତ ଅବନୀ କୁମାର ବରାଳଙ୍କର 92 ତମ ଜୟନ୍ତୀ ଉତ୍ସବ ଗଂଜାମ ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ଏନ୍.ଜି. ଓ ହଲ ଠାରେ କାର୍ଯ୍ଯ କାରୀ ସଭାପତି ଲିଙ୍ଗରାଜ ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି।ଏହି ଉତ୍ସବରେ ବିଶିଷ୍ଟ ପରିବେଶ ବିତ୍ ପ୍ରଫୁଲ୍ଲ ସାମନ୍ତରାୟ ମୁଖ୍ଯ ଅତିଥି ରୂପେ ଯୋଗଦେଇ ଅବନୀ ବାବୁଙ୍କ ଦୁର୍ବାର ନେତୃତ୍ବ ଏବଂ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ନୂତନ ଶିକ୍ଷା ନୀତିର ସମାଲୋଚନା କରି ଶିକ୍ଷକ ସମାଜ ଏହାକୁ ବିରୋଧ କରିବା ପାଇଁ ପରାମର୍ଶ ଦେଇ ଥିଲେ।ବରିଷ୍ଠ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥ ମୁଖ୍ଯ ବକ୍ତା ରୂପେ ଯୋଗଦେଇ ଅବନୀ ବରାଳଙ୍କ ସାଂଗଠନିକ ଦକ୍ଷତା ଏବଂ ଶିକ୍ଷକ ସମାଜ ପ୍ରତି ତାଙ୍କର ଅବଦାନ ଉପରେ ବକ୍ତବ୍ଯ ଉପସ୍ଥାପନ କରିଥିଲେ।ଅନ୍ଯତମ ଅତିଥି ରୂପେ ସାମ୍ବାଦିକ ବିଘ୍ନେଶ୍ଵର ସାହୁ ଯୋଗଦେଇ ବର୍ତ୍ତମାନର ଶିକ୍ଷା ବ୍ଯବସ୍ଥାର ସମାଲୋଚନା କରି ଅବନୀ ବାବୁଙ୍କ ସହ ତାଙ୍କର ବ୍ଯକ୍ତିଗତ ସମ୍ପର୍କ ଉପରେ ଆଲୋଚନା କରିଥିଲେ।ବରିଷ୍ଠ ଶିକ୍ଷକ ନେତା ତଥା ଓଷ୍ଟା-ଗଞ୍ଜାମର ପୂର୍ବତନ ସଂପାଦକ କାମରାଜୁ ମହାରଣା ନିଜ ବକ୍ତବ୍ଯରେ ଅବନୀ ବାବୁଙ୍କ ଜୀବନୀ ଉପରେ ଆଲୋକପାତ କରି ଗଞ୍ଜାମ ଜିଲ୍ଲାରୁ ପୁଣି ଶିକ୍ଷକ ମହାସଂଘକୁ ସୁସଙ୍ଗଠିତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ମହାସଂଘର ଅନ୍ଯତମ ନେତା ଦେବହରି ମହାନ୍ତି ମହାସଂଘରର ତାଙ୍କର ତିକ୍ତ ଅନୁଭୂତି ପ୍ରକାଶ କରିଥିଲେ।ଅନ୍ଯମାନଙ୍କ ମଧ୍ଯରେ ବରିଷ୍ଠ ଶିକ୍ଷକ ନେତା ଶ୍ଯାମସୁନ୍ଦର ଖାଡ଼ଙ୍ଗା,ରାଜେନ୍ଦ୍ର କୁମାର ପଣ୍ଡା,କୈଳାସ ବେହେରା,ରାମଚନ୍ଦ୍ର ପୋଲାଇ,ପୂର୍ଣ୍ଣ ଚନ୍ଦ୍ର ଆଚାର୍ଯ୍ଯ, ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ଯ ଉପସ୍ଥାପନ କରିଥିଲେ।ଜିଲ୍ଲା ସଂପାଦକ ଅଶୋକ କୁମାର ଦଳେଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ବଳରାମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।