September 17, 2026

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳନ ସମ୍ବନ୍ଧୀୟ ସୂଚନା

IMG-20250602-WA0036
Share

 

ବେଗୁନିଆ,୦୨/୦୬(ଉପାନ୍ତ ଖବର) :ଆସନ୍ତା ୫ତାରିଖ ଗୁରୁବାର ଦିନ ପୂର୍ବାହ୍ନରେ

ବେଗୁନିଆସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ଆବାହକତ୍ୱ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ

ସହଯୋଗରେ ବିଶ୍ୱ ପରିବେଶ ଦିବସ ପାଳିତ ହେବାକୁ ଯାଉଅଛି ।

ଉକ୍ତ କାର୍ଯ୍ୟକ୍ରମରେ ବେଗୁନିଆ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ

ଜ୍ୟୋତିପ୍ରକାଶ ପଣ୍ଡା ମୁଖ୍ୟ ଅତିଥି, ଇଂ.ରାମ ମାନସ ପଣ୍ଡା ମୁଖ୍ୟ ବକ୍ତା,ସେବାନିବୃତ୍ତ ଶିକ୍ଷୟିତ୍ରୀ ପ୍ରତିମା ଷଡ଼ଙ୍ଗୀ, ପଂଚାୟତ ସମିତି

ସାଧନ କେନ୍ଦ୍ର ସଂଯୋଜକ ସୂର୍ଯ୍ୟ ନାରାୟଣ ପଣ୍ଡା ଏବଂ ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ ଶିବ

କୁମାର ମୁନି ସମ୍ମାନିତ ଅତିଥି ରୂପେ

ଯୋଗଦେବେ । ବିଦ୍ୟାର୍ଥୀମାନଙ୍କ ଦ୍ୱାରା ବିଦ୍ୟାଳୟ ନିକଟବର୍ତ୍ତୀ ଗ୍ରାମରେ ସଚେତନତା ରାଲି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଓ

ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବ ।

ତାପରେ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପରିବେଶ ପ୍ରଦୂଷଣ ଓ ସୁରକ୍ଷା ସମ୍ପର୍କୀୟ ଆଲୋଚନା ଚକ୍ର

ଅନୁଷ୍ଠିତ ହେବ ।ପରିଶେଷରେ ବିଦ୍ୟାଳୟ ହତା ମଧ୍ୟରେ ବୃକ୍ଷ ରୋପଣ କରାଯିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ସୂଚନା ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମରେ ସମସ୍ତ ଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।

 

ରିପୋର୍ଟ-ମାନସ ରଂଜନ କର

You may have missed