ଆଜିର ଖବର
*ଖବର ଆଜିର*
ତାରିଖ ୧୭/୦୪/୨୦୨୩ ସୋମବାର ।
ଆଜିଠାରୁ ସକାଳୁଆ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର, ସକାଳ ୭ରୁ ଦିନ ୧୦ଟା ପର୍ଯ୍ୟନ୍ତ ପାଠ ପଢିବେ ଛାତ୍ରଛାତ୍ରୀ।
ଅତିକ ଓ ଅଶରଫଙ୍କୁ ଦିଆଗଲା କବର, ୧୪ ଦିନ ପାଇଁ ହାଜତକୁ ଗଲେ ୩ ଶୁଟର୍ ।
ଝାରସୁଗୁଡ଼ା ଉପନିର୍ବାଚନ ଲଢ଼େଇ: ୨ଟି କମିଟି ଗଠନ କଲା BJP, ୨୨ ଜଣ ନେତାଙ୍କୁ ମିଳିଲା ଦାୟିତ୍ୱ ।
‘କେଜ୍ରିୱାଲଙ୍କ ପରି ଲୋକଙ୍କୁ ସମର୍ଥନ ନକରିବା ଦରକାର’, କଂଗ୍ରେସ ଅଧ୍ୟକ୍ଷଙ୍କ ଠାରୁ ଭିନ୍ନ ବୟାନ ରଖିଲେ ଅଜୟ ମାକନ ।
ମେଡିକାଲ ସିଟ୍ରେ ନାମଲେଖା ନାଁରେ ଠକେଇ: ବନ୍ଧାହେଲେ ଯାଜପୁରର ଦୁଇ ଇଞ୍ଜିନିୟର ।
କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଅଭିଯୋଗ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି କ୍ଷମତା ହାସଲ କରିବା ପାଇଁ ଆନ୍ନା ହଜାରେଙ୍କୁ ବ୍ୟବହାର କରିଥିଲା ।
CBI କାର୍ଯ୍ୟାଳୟରୁ ବାହାରିଲେ ଅରବିନ୍ଦ କେଜରିୱାଲ, ମଦ ଦୁର୍ନୀତି ମାମଲାରେ ହେଲା ୯ଘଣ୍ଟା ପଚରା ଉଚରା ।
GT vs RR: ହେଟ୍ ମାୟରଙ୍କ ଛକ୍କା ଚୌକା ବର୍ଷା, ଗୁଜରାଟକୁ ୩ ୱିକେଟ୍ରେ ହରାଇଲା ରାଜସ୍ଥାନ ।
ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପୁରସ୍କାର ରାଶିରେ ବଡ଼ ବୃଦ୍ଧି, ଏଣିକି ରଣଜୀ ବିଜେତା ଟିମକୁ ମିଳିବ ୫ କୋଟି ଟଙ୍କା
ମହିଳାଙ୍କୁ ପ୍ରତିମାସରେ ଦିଆଯିବ ଦୁଇ ହଜାର ଟଙ୍କା, ମିଳିବ ମାଗଣା ବିଜୁଳି; କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ନିର୍ବାଚନୀ ପ୍ରତିଶ୍ରୁତି ।
ଆଇପିଏଲ୍ ୧୬ତମ ସଂସ୍କରଣର ୨୨ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇର୍ଡସକୁ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍ରେ ପରାସ୍ତ କରିଛି।
ଆଜି ଠାରୁ ଖୋଲିବ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି: ଗ୍ରୀଷ୍ମର ପ୍ରକୋପ ବଢ଼ିଲେ ହେବ ଛୁଟି ଘୋଷଣା ।
ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ବିଳମ୍ବକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି, ୧୫ ଦିନରେ ତାଲିକା କରି ଘର ବାଣ୍ଟିବାକୁ ଦେଲା ଚେତାବନୀ ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିଜ ସୋସିଆଲ ମିଡିଆ ସଂସ୍ଥା ‘ଟ୍ରୁଥ୍ ସୋସିଆଲ୍’ରୁ ନାମମାତ୍ର ୨୦୧ ଡଲାର ଆୟ କରିଥିବା ଜଣାଇଛନ୍ତି। ।
ଦିଲ୍ଲୀରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୬୩୪ କରୋନା ରୋଗୀ ଚିହ୍ନଟ ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ।
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ : ସାଢେ ୨ଟା ସୁଦ୍ଧା ସମ୍ବଲପୁର ସବୁଠୁ ଉତ୍ତପ୍ତ, ସମ୍ବଲପୁର-୪୨.୨ ଡିଗ୍ରୀ, ଝାରସୁଗୁଡା- ୪୧.୬ ଡିଗ୍ରୀ।
ଓଡ଼ିଶାର ସରପଞ୍ଚଙ୍କ ଉପରେ ବଲିଉଡ୍ ଫିଲ୍ମ । ଗଞ୍ଜାମ ଢୁଙ୍କାପଡାର ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କ ଉପରେ ବାୟୋପିକ୍।
ସୁପ୍ରଭାତ ,ଶୁଭ ସକାଳ ।