ପାଟକୁରା ପୂଜ୍ୟ ପୂଜ୍ୟା ସଂସଦ ର ୪ର୍ଥ ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ କଳାବୁଦାସ୍ଥିତ ଉତରେଶ୍ୱର ମହାଦେବ ମନ୍ଦିର ପରିସରରେ ପାଟକୁରା ପୂଜ୍ୟ ପୂଜ୍ୟା ସଂସଦ ପକ୍ଷରୁ ୪ର୍ଥ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ଡ଼ ବୈଲୋଚନ ଛାଟୋଇ ଆୟୋଜିତ ଉତ୍ସବରେ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଗୁରୁପ୍ରସାଦ ମହାନ୍ତି ଯୋଗ ଦେଇଥିବାବେଳେ ଉଦଘାଟକ ଭାବେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଓ ମୁଖ୍ୟ ବକ୍ତା ଭାବେ ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ , ପଥର ଭାଙ୍ଗି ପେଟ ପୋଷୁଥିବା ମଷିଷ ଯେତେବେଳେ ସମାଜର ଉନ୍ନତି କଥା ଚିନ୍ତା କରେ ଓ ଅସ୍ତମିତ ସୂର୍ଯ୍ୟକୁ ପ୍ରତିଭାବାନ କରାଇବାରେ ସହାୟକ ହୁଏ, ସେତେବେଳେ ସେହି ପ୍ରତିଭାକୁ ପ୍ରତିଷ୍ଠ କରିବାରେ ପୂଜ୍ୟ ପୂଜା ସଂସଦ କାର୍ଯ୍ୟ କରିବା ପ୍ରସଂଶନୀୟ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଅଧିକନ୍ତୁ ସମ୍ବାଦପତ୍ର ର ସମ୍ପାଦକ ଓ ସାମ୍ବାଦିକମାନେ ନିରପେକ୍ଷ ସମ୍ବାଦ ପରିବେଷଣ କରି ନିଜର ନିଷ୍ଠା, ଦକ୍ଷତା ଓ ସମାଜ ପ୍ରତି ଥିବା ଅଙ୍ଗିକାର ବଦ୍ଧତା ପ୍ରକାଶ କଲେ ଗଣତନ୍ତ୍ର ଅଧିକ ମଜବୁତ୍ ହୋଇ ପାରିବ ବୋଲି ଉଦଘାଟକ ଶ୍ରୀ ମହାନ୍ତି କହିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ପାଟକୁରା ମାଟିର ପୁଅ ଯାତ୍ରା ଅଭିନେତା ମନୋଜ କୁମାର ଭୂୟାଁ, ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ, ଆଶୁ କବି ନରେଶ ମହାନ୍ତି, ସାହିତ୍ୟିକ ସମିର ରଂଜନ , ଶିକ୍ଷାବିତ ମଦନ ମୋହନ କାନୁନଗୋ ,ଆରକ୍ଷୀ ନିରୀକ୍ଷକ ସରୋଜ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ସଂସଦର ମୁଖପତ୍ର ପରିଚୟ ଉନ୍ମୋଚିତ ହୋଇଥିଲା । ମୁରୁଜ ପ୍ରତିଯୋଗିତା ର କୃତି ପ୍ରତିଯୋଗି ମହିଳା ଗୋଷ୍ଠି ଓ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ପ୍ରଫୁଲ କୁମାର ପଣ୍ଡା ସମ୍ପାଦକୀୟ ବିବିରଣୀ ପାଠ , ଲିଙ୍ଗରାଜ ସତପଥି ଅତିଥି ପରିଚୟ , ମାଧବାନନ୍ଦ ନାୟକ ସ୍ୱାଗତ ଭାଷଣ ପ୍ରଦାନ , ପ୍ରଶାନ୍ତ ମିଶ୍ର ଓ ସାରଦା ସତପଥି ବେଦ ପାଠ କରିଥିବାବେଳେ ଅଜୟ ସତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗତିକୃଷ୍ଣ ଦାସ, ଘନଶ୍ୟାମ ସାହୁ , ନୃସିଂହ ସେନାପତି, ମୁରଲୀଧର ପାତ୍ର,ଦୂଯ୍ୟୋଧନ ମହାନ୍ତି, ନବଘନ ମହାରଣା,ରଂଜନ କୁମାର ଦାସ, ବୀରବର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ – ଗୋକୁଳ