ପ୍ରେମ,ଧୋକା,ବାହା ପ୍ରେମର ପ୍ରତାରଣା ପରେ ଯୁବକଙ୍କ ହେଲା ବିବାହ
ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ରେ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଛି,ରାମନାଗୁଡା ବ୍ଲକ ଅନ୍ତର୍ଗତ
ଭାମିନି ପଞ୍ଚାୟତ ଅନ୍ତର୍ଗତ ଗୁମୁଡ଼ା ର ପେଦିନା ଦିଲ୍ଲୀପ କୁମାର ବୈଶ୍ୟ ଜାତି ର ଯୁବକ ସ୍ଥାନୀୟ ବ୍ଲକ ର ଗୁଲୁଣ୍ଠି ପଂଚାୟତ ସ୍ଥିତ ଡାଙ୍ଗୁବାଡ଼ି ଗ୍ରାମର ଅନୁସୂୟା ତୋଇକା (ବାସନ୍ତୀ) ନାମ୍ନୀ ଜାତାପୁ(ଆଦିବାସୀ) ଯୁବତୀ ଙ୍କୁ ଦୀର୍ଘ ସାତ ବର୍ଷ ତଳେ ପ୍ରେମ ନିବେଦନ କରିଥିଲେ ।ଉକ୍ତ ଯୁବକଙ୍କ ପ୍ରେମ ନିବେଦନ କୁ ଏହି ଯୁବତୀ ଜଣକ ପ୍ରତ୍ୟାଖ୍ୟାନ କରିଦେଇଥିଲେ କିନ୍ତୁ ସେହି ସମୟରେ ଯୁବତୀ ଜଣଙ୍କ ଉକ୍ତ ଯୁବକଙ୍କୁ ବାହାହେଲେ ପ୍ରେମ ନିବେଦନ ଗ୍ରହଣ କରିବେ ନ ହେଲେ ନାହିଁ ସେତେବେଳେ ଦିଲ୍ଲୀପ ଯୁବତୀ ଙ୍କ କଥା ରେ ରାଜି ହୋଇ ବାହା ହେବାର ପ୍ରତିଶୃତି ଦେଇଥିଲେ।ଉଭୟଙ୍କ ପ୍ରେମ କାହାଣୀ କିଛି ଦିନ ତଳେ ଭିନ୍ନ ମୋଡ଼ ନେଇଥିବା ବେଳେ ପରବର୍ତ୍ତୀ ସମୟରେ ଯୁବକ ବାହା ହେବା ପାଇଁ ସିଧା ସଳଖ ମନା କରିଦେଇଥିଲେ। ପରେ ଏହି ଯୁବତୀ ଓଡ଼ିଶା ଜାତାପୁ ସମାଜ ରାୟଗଡାର ସାହାରା ଲଢ଼ିଥିଲେ। ଜାତାପୁ ସମାଜ ସହାୟତା ରେ ଥାନା ର ଦ୍ୱାରସ୍ଥ ହୋଇଥିଲେ ଯୁବତୀ ଶେଷରେ ବାଧ୍ୟ ହୋଇ ଯୁବକ ଜଣକ ତିନି ମାସ ସମୟ ମାଗିଥିଲେ କିନ୍ତୁ ତିନି ମାସ ବିତିଯାଇଥିଲେ ସୁଦ୍ଧା ତାହାର ପତ୍ତା ମିଳି ନଥିଲା ବାଧ୍ୟ ହୋଇ ଥାନା ଅଧିକାରୀ ସୁଶ୍ରୀ ସୁନିତା ବେହେରା ଙ୍କୁ ଜଣାଇଥିଲେ। ଥାନା ଅଧିକାରୀ ସୁଶ୍ରୀ ବେହେରା ପେଦିନା ଦିଲ୍ଲୀପ କୁମାରଙ୍କୁ ଖୋଜି ବାହାର କରି ରବିବାର ଦିନ ଓଡ଼ିଶା ଜାତାପୁ ସମାଜ ରାୟଗଡା ଜିଲ୍ଲା ସାଙ୍ଗଠାନିକ ସମ୍ପାଦକ ରାମଚନ୍ଦ୍ର ମାଣ୍ଡାଙ୍ଗି, ଜିଲ୍ଲା ଉପ ସଭାପତି ପ୍ରକାଶ କଣ୍ଡାଗରୀ, ଜିଲ୍ଲା ଯୁଗ୍ମ ସମ୍ପାଦକ କାନ୍ତାରାଓ ନିମାଲା, ଜିଲ୍ଲା କୋଷାଧ୍ୟକ୍ଷ ରାଧାକୃଷ୍ଣ ମାଣ୍ଡାଙ୍ଗି ଏବଂ ସମାଜ ର ବରିଷ୍ଠ ସଦସ୍ୟ ଚିନ୍ନା କଣ୍ଡାଗରୀ, ଗୋବିନ୍ଦ ଚନ୍ଦ୍ର ପିର୍ବାକାଙ୍କ ଉପସ୍ଥିତି ରେ ରାଧାକୃଷ୍ଣ ମନ୍ଦିର ପୂଜକ ଦୁର୍ଗା ମିଶ୍ର ଙ୍କ ପୌରହିତରେ ଉଭୟଙ୍କ ବିବାହ କାର୍ଯ୍ୟ ବୈଦିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା ।
ରିପୋର୍ଟ ରାକେଶ କୁମାର ବେହେରା