September 23, 2026

କାମରେ ଆସୁନାହିଁ ହାତୀବାରି ଚେକଡ୍ୟାମ,ପୁନଃଉଦ୍ଧାର ପାଇଁ ଚାଷୀଙ୍କର ଦାବି। 

IMG-20250526-WA0016
Share

ବୋଲଗଡ଼,୨୬/୦୫(ଉପାନ୍ତ ଖବର): ପ୍ରକଳ୍ପ ଅଛି ରକ୍ଷଣା ବେକ୍ଷଣ ଅଭାବରୁ ଜମିକୁ ପାଣି ମାଡି ପାରୁନାହିଁ,ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ପାଟବନ୍ଧ ମୌଜାରେ ଯାଇଥିବା ହାତୀବାରି ନଇରେ ହୋଇଥିବା ଚେକଡ୍ୟାମ। ଯାହାକି ୧୯୯୫ ମସିହାରେ ଆଇ ଡବ୍ଲୁ ଡି ପି ମାଧ୍ୟମରେ ଚେକଡ୍ୟାମଟି ନିର୍ମାଣ କରାଯାଇଥିଲା।ଗୋଡି଼ଆଳି, ପୋଡ଼ପାଟଣା,ଜରିପଡା,ପାଟବନ୍ଧ ଓ କୃଷ୍ଣପୁରୁ ମୌଜାର ଚାଷୀ ମାନେ ଉପକୃତ ହେଉଥିଲେ। ପ୍ରାୟ ୨୦୦ ହେକ୍ଟର ରୁ ଊର୍ଦ୍ଧ୍ବ ଜଳ ସେଚନ ପାଇଁ ସୁବିଧା ହେବାସହ ଚାଷୀ ମାନେ ଉପକୃତ ହେଉଥିଲେ। ଯାହାକି ଦୀର୍ଘ ଆଠବର୍ଷ ହେବ ଚେକଡ୍ୟାମଟି ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗି ଜରାଜୀର୍ଣ୍ଣ ହେବାସହିତ ବନ୍ଧଟି ସମ୍ପୂର୍ଣ୍ଣ ଭୁଷୁଡି ଗଲାଣି ଯାହାଫଳରେ ନଇ ପାଣି ନଇରେ ଚାଲିଯାଇଛି। କନ୍ତୁ ଚାଷୀ ମାନଙ୍କ ଜମିରେ ପାଣି ମାଡି ପାରୁନାହିଁ। ଚାଷୀ ମାନଙ୍କର ଆଶା ଆଶାରେ ରହିଯାଇଛି। କେବଳ ବର୍ଷା ଜଳକୁ ଅପେକ୍ଷା କରି ରହିଛନ୍ତି। ଏହାର ମରାମତି ପାଇଁ ବାରମ୍ଵାର ସ୍ଥାନୀୟ ପ୍ରଶାସନ ଏପରିକି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେବେ ଚାଷୀଙ୍କ ଜଳ ସେଚନକୁ ଗୁରୁତ୍ବ ଦେଇ ଖୁବଶୀଘ୍ର ମରାମତି କରିବାପାଇଁ ଚାଷୀ ମାନେ ଦାବି କରିଛନ୍ତି। ତେଣୁ ସ୍ଥାନୀୟ ପ୍ରଶାସନ ଏବଂ ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେଇ ହାତୀବାରି ଚେକଡ୍ୟାମଟିର ପୁନଃଉଦ୍ଧାର କଲେ ଅଞ୍ଚଳର ଚାଷୀମାନେ ଉପକୃତ ହେବେ ବୋଲି କହିଛନ୍ତି ଚାଷୀ ମାନେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।