May 29, 2025
Share

 

୧-ଭୁବନେଶ୍ୱର:ସାରା ରାଜ୍ୟକୁ ବଜ୍ରପାତ ସତର୍କତା,ସପ୍ତାହେ ଯାଏଁ ବର୍ଷା ସମ୍ଭାବନା।

 

୨-ଆଜି ସାବିତ୍ରୀ : ଫଳ ଦାମ ଆକାଶ ଛୁଆଁ,ସେଓ କିଲୋ ୩ଶହ, ଡାଳିମ୍ବ କିଲୋ ୨୦୦ରୁ ୨୫୦, କଦଳୀ ଡଜନ ୮୦ରୁ ୧୦୦, ସପୁରୀ ଗୋଟା ୫୦, ଅଙ୍ଗୁର ୨୦୦।

 

୩-ଭୁବନେଶ୍ୱର:ସାବିତ୍ରୀ ପାଇଁ ଫଳର ଚାହିଦା, ଘାତକ ହେଉଛି କାର୍ବାଇଡ୍ ର ବ୍ଯାପକ ବ୍ଯବହାର।

 

୪-ଭୁବନେଶ୍ୱର:ଶିକ୍ଷକଙ୍କ ଦକ୍ଷତାର ହେବ ମୂଲ୍ୟାୟନ, ଜିଲ୍ଲାଓ୍ବାରୀ ଶିକ୍ଷକଙ୍କ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ।

 

୫-ଆରଡ଼ି ପୀଠରେ ଅଘଟଣ,ଶିବଗଙ୍ଗା ପୁଷ୍କରିଣୀରେ ବୁଡ଼ିଗଲେ ୪ ଯୁବକ, ଜଣେ ମୃତ।

 

୬-‘ମନ କୀ ବାତ୍’ରେ ଓଡିଆ ଭାରୋତ୍ତୋଳକ ହର୍ଷବର୍ଦ୍ଧନ ସାହୁଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ।

 

୭-ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ସରିବ ରତ୍ନଭଣ୍ଡାର ମରାମତି କାମ।

 

୮-ଅପରେସନ ସିନ୍ଦୂର ପରେ ବଢିଛି ପୁରୀର ସୁରକ୍ଷା, ରଥଯାତ୍ରାରେ ମୁତୟନ ହେବେ SOG ଯବାନ।

 

୯-ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା, ସାଢେ ୫ଟା ପୂର୍ବରୁ ଅଫିସ୍ ଛାଡିବା ମନା।

 

୧୦-କିଟ୍‍ ରେ ପାସ୍‍ ଆଉଟ୍‍ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବ, ଶ୍ରେଷ୍ଠ ସ୍ନାତକଙ୍କୁ ପ୍ରଦାନ କରାଗଲା ସ୍ୱର୍ଣ୍ଣ ପଦକ।

 

୧୧-ଡେରାବିଶ: ଦାମୋଦର ପାଠାଗାର ତରଫରୁ, ଜାଗୁଳାଇ ବିଦ୍ୟା ନିକେତନ, ବେଲରପା ପ୍ରାଙ୍ଗଣରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ।୧୧ବର୍ଷରେ ୧ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କଲାଣି ଏହି ପାଠାଗାର।

 

୧୨-କେରଳ ପରେ ଏବେ ଓଡ଼ିଶା ଛୁଇଁବ ମୌସୁମୀ; ମଇ ଶେଷ କିମ୍ବା ଜୁନ୍ ପ୍ରଥମ ସପ୍ତାହରେ ଆସିବା ନେଇ ପାଣିପାଗ ବିଭାଗର ଆକଳନ।

 

୧୩-ଭୁବନେଶ୍ୱର:୨୦୨୫ ଶେଷ ସୁଦ୍ଧା ପଟିଆ-ସିଆରପି ରାସ୍ତା ସଂଯୋଗ।

 

୧୪-ଭୁବନେଶ୍ୱର:କମିବ ଅପରାଧ, CCTV ନଜରରେ ରହିବ ବସ୍ତି।

 

୧୫-ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର, କନ୍ୟା ଦାନ କରିବେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କ ପତ୍ନୀ।

 

୧୬-ସମ୍ବଲପୁର ଚିଡିଆଖାନା ହେବ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ, ଆଗାମୀ ୩ ମାସରେ ସହରରେ ଲାଗିବ ଲକ୍ଷେରୁ ଅଧିକ ଗଛ।

 

୧୭-ଦକ୍ଷିଣ ଆଫ୍ରିକାରେ ଇସ୍କନର ଅଦିନିଆ ରଥଯାତ୍ରା, ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ସେବାୟତ।

 

୧୮-ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ, ଦିଲ୍ଲୀରେ ୨୦୦ ବିମାନ ଚଳାଚଳ ବାଧାପ୍ରାପ୍ତ।

 

୧୯-ବିଶ୍ବ ଅର୍ଥନୀତିରେ ଚମକିଲା ଭାରତ; ଜବରଦସ୍ତ ଅଭିବୃଦ୍ଧି ପାଇଁ ଜାପାନକୁ କାଟିଲା ଭାରତ।

 

୨୦-ବିଜୟ ସହ ଚେନ୍ନାଇର ଅଭିଯାନ ଶେଷ, ଟପ୍-୨ ପାଇଁ ବିଗିଡ଼ିଲା ଗୁଜରାଟ ଟାଇଟନ୍ସର ଅଙ୍କ।

 

୨୧-ଦିଲ୍ଲୀ:IPLରେ କ୍ଲାସେନଙ୍କ ଶତକ, ହାଇଦ୍ରାବାଦର ହେଲା ବୃହତ୍ ବିଜୟ।

 

୨୨-ଲାଲୁ ଯାଦବଙ୍କ ବଡ଼ ଘୋଷଣା: ବଡ଼ ପୁଅକୁ ଆରଜେଡିରୁ ବିଦା, ପାରିବାରିକ ସମ୍ପର୍କ ଛିନ୍ନ।

 

୨୩-ନୂଆ ଦିଲ୍ଲୀ:୪ ରାଜ୍ୟର ୫ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା।

 

୨୪-ଶେଖ୍‌ ହସିନାଙ୍କ ଅଭିଯୋଗ- ଆମେରିକା ହାତକୁ ବାଂଲାଦେଶକୁ ଟେକିଦେଉଛନ୍ତି ୟୁନୁସ।

 

*🙏 ସୁପ୍ରଭାତ 🙏*