ଆଜିର ଖବର..

୧-ଭୁବନେଶ୍ୱର:ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ, ମୌସୁମୀ ଶେଷ ହେଲେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି।
୨-୨୦୨୫ ମସିହା ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶିତ, ଉତ୍ତୀର୍ଣ୍ଣ ହାର ୮୨.୭୭%।ଝିଅଙ୍କ ପାସ ହାର ୮୭.୨୪% ଓ ପୁଅଙ୍କ ପାସ ହାର ୭୭.୮୮%।
୩-ପୁରୀ:ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି,ପହଣ୍ଡିରେ ରହିବେ ନିର୍ଦ୍ଦିଷ୍ଟ ସେବାୟତ, ଅଧିକାରୀ।
୪-କେନ୍ଦ୍ରାପଡ଼ାରେ ହେବ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ ଦାତବ୍ୟ ଚିକିତ୍ସାଳୟ, ହସ୍ପିଟାଲ୍ କରିବ ପ୍ରଶାନ୍ତି ବାଲ୍ ମନ୍ଦିର ଟ୍ରଷ୍ଟ,ଡେରାବିଶ ବ୍ଲକ୍ରେ ଏଥିପାଇଁ ୧୦ ଏକର ଜମି ଚିହ୍ନଟ ହୋଇଥିବା ସୂଚନା।
୫-ଆସନ୍ତା ୩ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା,ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସମ୍ଭାବନା,୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି।
୬-ଭୁବନେଶ୍ୱର:ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ିଲା; ଜୁନ୍ ମାସରୁ ମିଳିବ ବର୍ଦ୍ଧିତ ଟଙ୍କା।
୭-‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ସାମିଲ ହେବେ ବିଧବା ଝିଅ; ସମୀକ୍ଷା ବୈଠକରେ ସଚିବଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ।
୮-କଲେଜ କ୍ୟାମ୍ପସକୁ ଫେରିବ ରାଜନୀତି; ୭ବର୍ଷ ପରେ ଛାତ୍ରଛାତ୍ରୀ ଦେବେ ଭୋଟ୍।ସବୁକିଛି ଠିକ୍ଠାକ୍ ଚାଲିଲେ ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସରିବ।
୯-ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ ଦୂରହେଲା, ୧୮୦ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ।ତିନି ମାସ ପୂର୍ବରୁ ଓ ପ୍ରସବର ଛଅ ମାସ ମଧ୍ୟରେ ଛୁଟି ନେଇପାରିବେ ମହିଳା।
୧୦-ପୁରୀ:ଜ୍ୟୋତିଙ୍କ ଲିଙ୍କରେ ବଢୁଛି ପ୍ରିୟଙ୍କା ସେନାପତିଙ୍କ ଅଡୁଆ, ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ ହେଉଛି କହିଛନ୍ତି ପୁରୀ ଏସପି।
୧୧-ଭୁବନେଶ୍ୱର:ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମୀକ୍ଷା, ବଜେଟର ୧୦୦% ଉପଯୋଗ ଉପରେ ଗୁରୁତ୍ୱାରୋପ।
୧୨-ପୁଣି ଚର୍ଚ୍ଚାରେ ରହିଛନ୍ତି କଣ୍ଟାବାଞ୍ଜି ବିଧାୟକ, ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ୩ ମାସର ଦରମା।
୧୩-ବ୍ରହ୍ମପୁର:ନକଲି ଥାନା ଅଧିକାରୀ ପରିଚୟ ଦେଇ ଲୁଟୁଥିଲେ ୨ ନକଲି ପୁଲିସ୍, ବାନ୍ଧିଲା ଅସଲି ପୋଲିସ।
୧୪-ବୋରିଗୁମ୍ମା,ସାନ ପରିଆ ଗାଁ:ପୁଅର କାଠ ଫାଳିଆ ମାଡ଼ରେ ମା’ ମୃତ, ଅନ୍ୟ ଜଣେ ମହିଳାଙ୍କ ମୁଣ୍ଡରେ ଲାଗିଛି ଆଘାତ।
୧୫-ମାଲକାନଗିରି:ସୁରକ୍ଷା କର୍ମୀ-ମାଓବାଦୀ ଗୁଳି ବିନିମୟ, ଦୁର୍ଦ୍ଧାନ୍ତ ମାଓନେତା ବାସବରାଜ ସମେତ ୩୦ ନିହତ, ଜଣେ ଯବାନ ସହିଦ।
୧୬-ମୁମ୍ବାଇ:ପ୍ଲେ ଅଫ୍ରେ ମୁମ୍ବାଇର ଧମାକାଦାର ଏଣ୍ଟ୍ରି, ମଉଳିଲା ଦିଲ୍ଲୀ କ୍ୟାପିଟାଲ୍ସର ଆଶା।
୧୭-ନୂଆ ଦିଲ୍ଲୀ:ପାକିସ୍ତାନ ହାଇ କମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦେଶ।
୧୮-‘ହେରା ଫେରୀ ୩’ ଫିଲ୍ମରେ ଅଭିନୟ କରିବେନି କମେଡି କିଙ୍ଗ ପରେଶ୍ ରୱାଲ।
୧୯-ସର୍ବଦଳୀୟ ପ୍ରତିନିଧିମଣ୍ଡଳୀଙ୍କ ବିଦେଶଗସ୍ତ : ୩୨ ଦେଶ ଯିବେ ୭ଟି ଗ୍ରୁପର ୫୯ଜଣ ସଦସ୍ୟ।
୨୦-ଦିଲ୍ଲୀ-ଏନସିଆରରେ ଝଡ଼ତୋଫାନ ସହ କୁଆପଥର ବର୍ଷା, ଶ୍ରୀନଗର ଏୟାରପୋର୍ଟରେ ଜରୁରି ଅବତରଣ କଲା ଇଣ୍ଡିଗୋ ବିମାନ।
୨୧-ଆମେରିକାର ଗୁଇନ୍ଦା ରିପୋର୍ଟ: ଇରାନର ପରମାଣୁ କେନ୍ଦ୍ରକୁ ଧ୍ୱଂସ କରିବାକୁ ପ୍ରସ୍ତୁତ ହେଉଛି ଇସ୍ରାଏଲ।
୨୨-ଆମେରିକା ଆଣିବ ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମ ‘ଗୋଲ୍ଡେନ ଡୋମ୍’: ଚାଇନା ଓ ଋଷିଆକୁ ଦେବ ମାତ୍।
*🙏 ସୁପ୍ରଭାତ 🙏*