+୨ କଳା ପରୀକ୍ଷାରେ କାମାକ୍ଷା ପ୍ରସାଦ ବିଶ୍ବାଳ ବୁଗୁଡ଼ା ବ୍ଲକ୍ ଟପ୍ପର

ବୁଗୁଡ଼ା : ତା ୨୧/୦୫/୨୫ : ଚଳିତ ବର୍ଷର +୨ କଳାର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର କାମାକ୍ଷା ପ୍ରସାଦ ବିଶ୍ବାଳ ସର୍ବାଧିକ ୫୦୮ (୮୪.୬୬%) ନମ୍ବର ରଖୁ ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଛନ୍ତି । ଚଳିତ ବର୍ଷ ବୁଗୁଡ଼ା ଅଞ୍ଚଳରେ ଅବସ୍ଥିତ ୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳାରେ ପରୀକ୍ଷା ଦେଇଥିବା ମୋଟ ୧୦୭୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୧୬ ଜଣ ପାସ୍ ଏବଂ ୧୬୧ ଜଣ ଫେଲ୍ କରିଥିବା ବେଳେ ପ୍ରଥମ ଶ୍ରେଣୀରେ ୧୮୪ ଜଣ , ଦ୍ୱିତୀୟ ଶ୍ରେଣୀରେ ୨୧୧ ଜଣ ଓ ତୃତୀୟ ଶ୍ରେଣୀରେ ୫୨୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୁଗୁଡା ପିପୁଲ୍କ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୪ , ଦ୍ୱିତୀୟ ଶ୍ରେଣୀରେ ୭୩ ଓ ତୃତୀୟ ଶ୍ରେଣୀରେ ୧୪୨ ଜଣ ପାସ୍ କରିଥିବା ବେଳେ ୨୮ ଜଣ ଫେଲ୍ ହୋଇଛନ୍ତି ଏବଂ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୬୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୨ , ଦ୍ୱିତୀୟ ଶ୍ରେଣୀରେ ୨୨ ଓ ତୃତୀୟ ଶ୍ରେଣୀରେ ୭୩ ଜଣ ପାସ୍ କରିଥିବା ବେଳେ ୩୩ ଜଣ ଫେଲ୍ ହୋଇଛନ୍ତି । ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୯୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୭ , ଦ୍ବିତୀୟ ଶ୍ରେଣୀରେ ୬୫ ଓ ତୃତୀୟ ଶ୍ରେଣୀରେ ୧୩୬ ଜଣ ପାସ୍ କରିଥିବା ବେଳେ ୪୭ ଜଣ ଫେଲ୍ ହୋଇଛନ୍ତି । ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୩୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୭ , ଦ୍ବିତୀୟ ଶ୍ରେଣୀରେ ୨୭ ଓ ତୃତୀୟ ଶ୍ରେଣୀରେ ୬୮ ଜଣ ପାସ୍ କରିଥିବା ବେଳେ ୨୫ ଜଣ ଫେଲ୍ ହୋଇଛନ୍ତି । ବାଲୁଙ୍କେଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ କେହି ହେଲେ ପାସ କରିନଥିବା ବେଳେ ,ଦ୍ୱିତୀୟ ଶ୍ରେଣୀରେ ୭ ଓ ତୃତୀୟ ଶ୍ରେଣୀରେ ୪୯ କରିଛନ୍ତି ଏବଂ ୧୪ ଜଣ ଫେଲ୍ କରିଛନ୍ତି । ଅହଲ୍ୟାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୨ ଜଣ , ଦ୍ୱିତୀୟ ଶ୍ରେଣୀରେ ୧୦ ଜଣ ଓତୃତୀୟ ଶ୍ରେଣୀରେ ୧୯ ପାସ୍ କରିଥିବା ବେଳେ ୪ ଜଣ ଫେଲ ହୋଇଛନ୍ତି। ସେହିପରି କରଚୁଲି ଗ୍ରାମସ୍ଥ ଶକୁନ୍ତଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୨ ଜଣ, ଦ୍ୱିତୀୟ ଶ୍ରେଣୀରେ ୭ ଜଣ, ତୃତୀୟ ଶ୍ରେଣୀରେ ୩୪ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୦ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ଏହା ଫଳରେ ବୁଗୁଡା ବ୍ଲକରେ ପାସ୍ ହାର ୮୫.୦୫ ପ୍ରତିଶତ ରହିଥିବା ଜଣାଯାଇଛି।