ଆଶିଷ୍ ଡ଼୍ୟାନ୍ସ୍ ଷ୍ଟୁଡିଓର ପ୍ରଥମ ବାର୍ଷିକ ଉତ୍ସବ

ବେଲଗୁଣ୍ଠା, ୨୧/୦୫,ବେଲଗୁଣ୍ଠା ବ୍ଳକ୍ ଗୋବରା ଗ୍ରାମରେ ଅଞ୍ଚଳର ଛୋଟ ଛୋଟ ଶିଶୁଙ୍କୁ ନୃତ୍ୟ ଶିକ୍ଷା ଦେବା ପାଇଁ ଗତବର୍ଷ ଗ୍ରୀଷ୍ମ ଅବକାଶରେ ଗଢ଼ି ଉଠିଥିବା ନୃତ୍ୟ ଶିକ୍ଷା ଅନୁଷ୍ଠାନ ଆଶିଷ୍ ଡ୍ୟାନ୍ସ୍ ଷ୍ଟୁଡିଓ ବୁଧବାର ସଂଧ୍ୟାରେ ତାର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରିଛି I ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଆଶିଷ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଉଦ୍ଘାଟକ ରୂପେ ଆଶିଷ୍ ଙ୍କ ବାପା ବଳରାମ ବେହେରା ଏବଂ ମାଆ ଶଙ୍କରୀ ବେହେରା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ I ଏଥୁରେ ମୁଖ୍ୟ ଅତିଥି ଭାବେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ରୂପେ ବରିଷ୍ଠ ଶିକ୍ଷକ ଡ଼.ରତ୍ନ ସାଗର ମଳିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁପ୍ରଭା ନାୟକ,ସମିତିସଭ୍ୟ ବିଭୂପାଦ ଜେନା,ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ମାମା ପରିଡ଼ା,ପ୍ରଧାନ ଶିକ୍ଷକ ଗୋପାଳ କୃଷ୍ଣ ନାୟକ, ଶିଶିର କୁମାର ସ୍ୱାଇଁ, ଜୟା ଜଗନ୍ନାଥ କୋଚିଙ୍ଗ୍ ସେଣ୍ଟର୍ ଅଧ୍ୟକ୍ଷ ପ୍ରଦୀପ କୁମାର ସ୍ଵାଇଁ ଏବଂ ସମାଜସେବୀ ଦୂର୍ଗା ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ଅନୁଷ୍ଠାନଟି ଅଞ୍ଚଳର କୁନି କୁନି ନୃତ୍ୟଶିଳ୍ପୀଙ୍କ ପ୍ରତିଭା ବିକାଶ ବେଶ୍ ସହାୟକ ହେଉଛି ବୋଲି ପ୍ରକାଶ କରିବା ସହିତ ଏହର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ I ଏହି ଅବସରରେ ଅନୁଷ୍ଠାନକୁ ସହଯୋଗର ହାତ ବଢ଼ାଇଥିବା ଆମ ଗାଁ କାଫେ,ଆର୍ ଫିଟନେସ୍ ଜିମ୍,ସିଗ୍ନେଚର,ମାଆ ନାରାୟଣୀ ମେଡ଼ିସିନ୍ ଷ୍ଟୋର୍,ଜେଜେସିସି,ମା ଖମ୍ବେଶ୍ୱରୀ ରେଷ୍ଟୁରାଣ୍ଟ୍,କମ୍ପିଟେଟିଭ ସକ୍ସେସ୍ ପଏଣ୍ଟ୍ ଭଳି ଅନୁଷ୍ଠାନ ଏବଂ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା I ଜିତେନ୍ କୁମାର ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠାନର କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଞ୍ଚ ଶହରୁ ଉର୍ଦ୍ଧ୍ଵ ଦର୍ଶକଙ୍କୁ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା I ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଥିବା ମିଷ୍ଟର ଇଣ୍ଡିଆ-2024 ମାଧବ ସାହୁ,ମଡ଼େଲ୍ ଡାଇରେକ୍ଟର କରିସ୍ମା ଖାନ୍ ଏବଂ ନୃତ୍ୟ ଗୁରୁ ଭରତ ସେଠୀଙ୍କୁ ଉପଢ଼ୌକନ, ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା I କାର୍ଯ୍ୟକ୍ରମରେ ଭଜରାମ ବେହେରା,ନାରାୟଣ ବେହେରା,ଅନୀଲ୍ ବେହେରା ଏବଂ ଅଜିତ୍ କୁମାର ବିଷୋୟୀ ଏବଂ ଅନ୍ୟମାନେ ସହଯୋଗ କରିଥିଲେ I
ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ