August 7, 2026

ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଓ.ପି. ଜିନ୍ଦଲ ସ୍କୁଲର ଶତପ୍ରତିଶତ ସଫଳତା

IMG-20250521-WA0035
Share

 

ଅନୁଗୋଳ: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅନୁଗୋଳସ୍ଥିତ ଓ.ପି. ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଦଶମ ଶ୍ରେଣୀ ପରୀକ୍ଷାରେ ମୋଟ ୮୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୯ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ହିତେଶ କୁମାର ୯୫.୪% ନମ୍ବର ରଖି ଟପ୍ପର ହୋଇଛନ୍ତି। ମୁଦିତା ଚାୱଲା, ଅଂଶିକା ଅଗ୍ରୱାଲ, ଅରମାନ ଷଡ଼ଙ୍ଗୀ, ମୋନାଲିସା ରାଉତ, ତୁଳସୀ ବି. ପୋଲିକି, ଇପ୍ସିତା ପି. ସାହୁ, ଶାଶ୍ୱତ ସାହୁ, ଆଶ୍ୱାଜ ଖାନ, ହିନ୍ଦୋଲ ଭଟ୍ଟାଚାର୍ଯ୍ୟ ବିଭିନ୍ନ ବିଷୟରେ ସ୍କୁଲ ଟପ୍ପର ହୋଇଛନ୍ତି।

୬୮ ଜଣ ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷା ଦେଇଥିବା ବେଳେ ୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ରାୟନ ଦାସଗୁପ୍ତା ୯୫.୬% ରଖି ସ୍କୁଲ ଟପ୍ପର ହୋଇଛନ୍ତି। ଜାହ୍ନବୀ ଶର୍ମା, ଶୁଭ୍ରନୀଲ ପ୍ରଧାନ, ମେଘାକୁମାରୀ ସିଂ, ରଚିତ ଅଗ୍ରୱାଲ, ଲେଖା ଫୋଗଲା, ଅନମୋଲ ଅଗ୍ରୱାଲ, ହର୍ଷ ଶର୍ମା, ଅଭୀପ୍ସା ପ୍ରଧାନ ବିଭିନ୍ନ ବିଷୟରେ ସ୍କୁଲ ଟପ୍ପର ହୋଇଛନ୍ତି। ଏହି ସଫଳତା ପାଇଁ ସ୍କୁଲର ଅଧ୍ୟକ୍ଷ ଡ. ଅଶ୍ୱିନୀ କୁମାର ସାହୁ ଜିନ୍ଦଲ ଫାଉଣ୍ଡେସନ, ଓ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ କୃତଜ୍ଞତା ଜଣାଇବା ସହ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ

You may have missed