May 20, 2025

ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି, ଏକ ହଜାରରୁ ଅଧିକ ଲୋକ କରିଛନ୍ତି ପଞ୍ଜିକରଣ।

Share

ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି, ଏକ ହଜାରରୁ ଅଧିକ ଲୋକ କରିଛନ୍ତି ପଞ୍ଜିକରଣ

ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।

ଭୁବନେଶ୍ୱର ( ଦେବାଶିଷ ଦାଶ )

ୟୁନିଟ-୨ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ । ମୋହନ ମାଝିଙ୍କ ସହ ୬ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଅଭିଯୋଗ ଶୁଣାଣି ପାଇଁ ଏକ ହଜାରରୁ ଅଧିକ ଲୋକ ପଞ୍ଜିକରଣ କରିଛନ୍ତି ।

ଅଭିଯୋଗକାରୀ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଆବଶ୍ୟକୀ ଭିତ୍ତିଭୂମି ବ୍ୟବସ୍ଥା କରାଯାଇଛି ।

ଦୀର୍ଘ ୩୦ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ଏହା ପୂର୍ବରୁ ଗତ ଏପ୍ରିଲ ୨୧ ତାରିଖରେ ସମ୍ବଲପୁର ଯାଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ ମୁଖ୍ୟମନ୍ତ୍ରୀ । ଆଗକୁ ବ୍ରହ୍ମପୁରରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବ । ଏହା ସହ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଇ ଅଭିଯୋଗ ଶୁଣି ତାର ସମାଧାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ।