September 16, 2026

ଅଚିହ୍ନା ବ୍ୟକ୍ତି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଚିହ୍ନଟ ପାଇଁ ବଅଁରପାଳ ଥାନା ପକ୍ଷରୁ ସୂଚନା

IMG-20250519-WA0056
Share

 

ଅନୁଗୋଳ ଜିଲ୍ଲା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଏକ ଅଚିହ୍ନା ବ୍ୟକ୍ତି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଥାନା ପକ୍ଷରୁ ସୂଚନା ମୁତାବକ ଚଳିତ ମାସ ୧୭ ତାରିଖ ଶନିବାର ଦିନ ବଅଁରପାଳ ଥାନା ନିକଟ ବଅଁରପାଳ ଶନି ମନ୍ଦିର ପାର୍ଶ୍ଵ ରେ ନିଶାଗ୍ରସ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକେ ୧୧୨ କୁ ଯୋଗାଯୋଗ କରି ବଅଁରପାଳ ଥାନା କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ଯୁବକକୁ ଉଦ୍ଧାର କରି ବଅଁରପାଳ ସରକାରୀ ମେଡିକାଲ କୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରିଥିଲେ। ଅବସ୍ତା ସଙ୍କଟାପନ୍ନ ଥିବାରୁ ମେଡିକାଲ କତୃପକ୍ଷ ଆମ୍ବୁଲାନ୍ସ ସାହାର୍ଯ୍ୟ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର୍ ମୃତ୍ୟୁ ଘଟିଛି। ପୋଲିସ ସୂଚନା ଅନୁଯାୟୀ ଯୁବକ ଜଣଙ୍କ ପ୍ରାୟ ୩୫ ବର୍ଷ ର ହୋଇଥିବେ ଓ ଖୋଲା ଦେହରେ ଥିବାବେଳେ ଗୋଟିଏ ନୀଳ ରଙ୍ଗର ହାଫ ପ୍ୟାଣ୍ଟ ପିନ୍ଧିଛନ୍ତି। ମୃତ୍ୟୁ ପରେ ପୋଲିସ ମୃତ ଦେହ କୁ ବ୍ୟବଚ୍ଛେଦ ପରେ ଶବ ଗୃହରେ ମୃତଦେହ ସଂରକ୍ଷିତ ରଖାଯାଇଛି। କୌଣସି ସହୃଦୟ ବ୍ୟକ୍ତି ଯୁବକଙ୍କ ପରିଚୟ ପାଆନ୍ତି ବଅଁରପାଳ ଥାନାରେ ଯୋଗାଯୋଗ କରନ୍ତୁ।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ