March 10, 2026

ଉଦଘାଟିତ ହେଲା ବାଲିଗୁଆଳି ପ୍ରିମିୟର ଲିଗ ..

IMG-20250516-WA0014
Share

ଆଜି ପୁରୀଜିଲ୍ଲା ପୁରୀ ସଦର ଅନ୍ତର୍ଗତ ବାଲିଗୁଆଳି ମହାବୀର କ୍ରିକେଟ ଟିମ ଆନୁକୂଲ୍ୟରେ ଅଷ୍ଟମ ବାଲିଗୁଆଳି ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି l ଏହି ଉଦ୍ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥିଭାବେ ବାଲିଗୁଆଳି ଗ୍ରାମପଞ୍ଚାୟତ ର ସରପଞ୍ଚ ସିଲୁ ସେନାପତି, ପୁରୀଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ ଦାସ, ବାଲିଗୁଆଳି ଗ୍ରାମ ସମ୍ପାଦକ ଆଲୋକ ରଞ୍ଜନ ନାୟକ ପ୍ରମୁଖ ଯୋଗଦାନ କରି ଟୁର୍ନାମେଣ୍ଟ ର ଶୁଭଉଦଘାଟନ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଟୁର୍ନାମେଣ୍ଟ ଛଅଟି ଟିମ ମଧ୍ୟରେ ଖେଳାଯିବ l ଏହି ଟୁର୍ନାମେଣ୍ଟ କୁ ମହାବୀର କ୍ରିକେଟ ଟିମ ର ସଭାପତି ମାନସ ବରାଳ, ସମ୍ପାଦକ ରଞ୍ଜନ କୁମାର ଜେନା, କ୍ୟାପଟେନ ସଚିନ ପ୍ରଧାନ ଓ ସହସମ୍ପାଦକ ରାଜେଶ ମାଳ ଙ୍କ ସହିତ ଟିମର ସମସ୍ତ ସଦସ୍ୟ ଏହି ଟୁର୍ନାମେଣ୍ଟ ର ଉଦ୍ଘାଟନୀ ଉତ୍ସବ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l