May 17, 2025

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସାରଳା ମନ୍ଦିର ପରିଦର୍ଶନ ଝଙ୍କଡ଼ ତା ୧୫ /୫/୨୦୨୫ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ଠାକୁରାଣୀଙ୍କ ଚନ୍ଦନ

Share

   ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସାରଳା ମନ୍ଦିର ପରିଦର୍ଶନ ଝଙ୍କଡ଼ ତା ୧୫ /୫/୨୦୨୫ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ଠାକୁରାଣୀଙ୍କ ଚନ୍ଦନ ଯାତ୍ରା ଓ ପବିତ୍ର ବୃଷ ସଂକ୍ରାନ୍ତି ଦିନ ସନ୍ଧ୍ୟାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସପରିବା ରେ ଝଙ୍କଡ଼ ସାରଳା ପୀଠ ରେ ପହଞ୍ଚି ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ବେଢ଼ା ପରିକ୍ରମା କରିବା ସମୟରେ, ନାଟ୍ୟମଣ୍ଡପ ଉପରେ ମାଆଙ୍କ ସେବାୟତ ମାନଙ୍କ ତରଫରୁ ତାଙ୍କୁ ଚନ୍ଦନ ସିନ୍ଦୁର ଆଜ୍ଞାମାଳ ଓ ଉତ୍ତରୀୟ ପ୍ରଦାନ କରି ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ତାଙ୍କ ସହିତ ଜଗତସିଂହପୁର ଜିଲ୍ଲା ବିଜେଡି ର ବରିଷ୍ଠ ଉପସଭାପତି ଅଶ୍ଵିନୀ ଦାସ, କଟକ ପୌର ପରିଷଦ ର ପ୍ରାକ୍ତନ ଅଧ୍ୟକ୍ଷ ସତ୍ୟ ଜେନା, ରଘୁନାଥପୁର ବ୍ଲକ ବିଜେଡି ସଭାପତି ଦେବାଶିଷ ତ୍ରୀପାଠୀ, ଯୁବନେତା ଅନ୍ତର୍ଯ୍ୟାମୀ ରାଉତ ପ୍ରମୁଖ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା l ଏହି ଅବସରରେ ସାରଳା ମନ୍ଦିରର ନବୀକରଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ବିଷୟରେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବା ପାଇଁ, ବରିଷ୍ଠ ସେବାୟତ କ୍ଷୀରୋଦ କୁମାର ରାଉଳ , ଲକ୍ଷ୍ମୀଧର ମହାପାତ୍ର, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସମେତ ସମସ୍ତ ପଣ୍ଡା ସେବକ ମାନେ ପ୍ରସ୍ତାବ ଦେଇଥିଲେ । ମାଆ ଙ୍କ ପୀଠର ଅଭାବ ଅସୁବିଧା ଓ ସମସ୍ୟା ଉପରେ ଆଲୋଚନା କରି ଶ୍ରୀ ଜେନା ଏହାର ଆଶୁ ସମାଧାନ ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶୃତି ଥିବାର ଜଣାଯାଇଛି।

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା