September 23, 2026

ଅନୁଗୋଳ ଜିଲ୍ଲାରୁ ପ୍ରଥମ ଥର ପାଇଁ ବିଶ୍ବପ୍ରସିଦ୍ଧ ପୁରୀରେ ରଥ ନିମାର୍ଣ ପାଇଁ ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ନିବାସୀ ତଥା ଅନୁଗୋଳ ଜିଲ୍ଲା ମୂଖ୍ୟ ଡାକ୍ତଖାନାର ମେଡିସିନ

IMG-20250504-WA0013
Share

ବଅଁରପାଳ (୦୪/୦୫/୨୦୨୫) : ଅନୁଗୋଳ ଜିଲ୍ଲାରୁ ପ୍ରଥମ ଥର ପାଇଁ ବିଶ୍ବପ୍ରସିଦ୍ଧ ପୁରୀରେ ରଥ ନିମାର୍ଣ ପାଇଁ ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ନିବାସୀ ତଥା ଅନୁଗୋଳ ଜିଲ୍ଲା ମୂଖ୍ୟ ଡାକ୍ତଖାନାର ମେଡିସିନ ବିଭାଗ ଡାକ୍ତର କୁମାର ସୌମ୍ୟକାନ୍ତ ବିଶୋଇ ଅଗଣା ରେ ଥିବା ଫାଶୀ ଗଛକୁ ସ୍ଵଇଚ୍ଛା ରେ ରଥ ନିର୍ମାଣ ପାଇଁ ପ୍ରଦାନ କରିବା ସହ୧୨ଟି ଗଛ ଚିହ୍ନଟ ହୋଇଛି।

 

ସୂଚନା ଅନୁଯାୟୀ ଡାକ୍ତର ଶ୍ରୀ ବିଶୋଇଙ୍କ ଅଗଣା ରେ ଥିବା ଫାଶୀ ଗଛ ୪୦ବର୍ଷ ତଳେ ଡାକ୍ତର ଶ୍ରୀ ବିଶୋଇ ଙ୍କ ପିତା ସ୍ବର୍ଗତ ଶେଷଦେବ ବିଶୋଇ ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟ ରେ ଲଗାଇବା ପାଇଁ ରୋପଣ କରିଥିଲେ। ସ୍ବର୍ଗତ ବାପା ମା ଙ୍କ ଇଚ୍ଛା ପୂରଣ ପାଇଁ କିଛିଦିନ ପୂର୍ବେ ଡାକ୍ତର ଶ୍ରୀ ବିଶୋଇ ଓ ନିଖିଳ ଓଡିଶା ଆଇନ୍ ଯିବି ସଂଘର ପୁର୍ବତନ ସାଧାରଣ ସମ୍ପାଦକ ସତ୍ୟଜିତ ସାହୁଙ୍କ ପ୍ରଚେଷ୍ଟାରେ ପୁରୀ ମନ୍ଦୀର ପ୍ରଶାସନ ନିକଟରେ ଆଲୋଚନା ହୋଇଥିଲା।

 

 

ଆଲୋଚନା ପରେ ଦୁଇଦିନ ତଳେ ପୁରୀ ମନ୍ଦୀର ପ୍ରଶାସନ ଅନଗୁଳ ଜିଲ୍ଲା ପ୍ରଶାସନ କୁ ଲିଖିତ ଜଣାଇବା ପରେ ଅନଗୁଳ ବନଖଣଣ୍ତ ପକ୍ଷରୁ ରେଞ୍ଜର ହରମୋହନ ନାୟକ ଓ ଗିରାଙ୍ଗ ରାଜସ୍ୱ ବିଭାଗ ଅଧିକାରୀ ସୁଶାନ୍ତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏକ ଟିମ ଆସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀ ବିଶୋଇଙ୍କ ଅଗଣା ରେ ଥିବା ୧୨ଟି ଫାଶୀ ଗଛ ଯାହାର ଉଚ୍ଚତା ପ୍ରାୟ ୧୦ମିଟର ଓ ମୋଟେଇ ୬ଫୁଟ ରହିଛି। ଉକ୍ତ ଗଛକୁ ଖୁବ ଶୀଘ୍ର ତଥା ତିନି ଦିନ ମଧ୍ୟରେ କଟାଯାଇ ପୁରୀ ରେ ରଥନିର୍ମାଣ ପାଇଁ ପଠାଯିବା ନେଇ ନିଷ୍ପତି ନିଆଯାଇଛି। ଉକ୍ତ ଫାଶୀ ଗଛକୁ ପୂଜା ଅର୍ଚ୍ଚନା କରାଯିବା ପରେ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ରହିଛି। ଆସିଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯିବା ସହ ନାମ ସଂକୀର୍ତ୍ତନ ମାଧ୍ୟମ ରେ କୁଲାଡରୁ ପାଛୋଟି ନେବାକୁ ନିଷ୍ପତି ନିଆଯାଇଛି। ଅନୁଗୋଳ ବନବିଭାଗ ଗଛକୁ କାଟି ଅନୁଗୋଳ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରି ଟ୍ରଲର ମାଧ୍ୟମ ରେ ପୁରୀକୁ ଯିବାର ବ୍ୟବସ୍ଥା ରହିଛି। ବହୁ ସଂଖ୍ୟା ରେ ଭକ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆଇନ ଯିବି ସତ୍ୟଜିତ ସାହୁ ପ୍ରକାଶ କରିଛନ୍ତି।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ