ଭଲପାଇ ବାହାହୋଇ ମାରିଦେଲା ମୋ ଝିଅକୁ l

ପୁରୀଜିଲ୍ଲା କଣାସ ବ୍ଲକ ଗଡ଼ିଶାଗଦା ଥାନା ଅନ୍ତର୍ଗତ ଗଡ଼ଖାରଦ ଗ୍ରାମ ପଞ୍ଚାୟତ ମାହାଙ୍କ ଗାଁ ର ପ୍ରମୋଦ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁଙ୍କୁ ସେହି ପଞ୍ଚାୟତ ବାଦୁରାପଦର ଗାଁର ସୁବଳ ପ୍ରଧାନଙ୍କ ପୁଅ ବାଟୁ ପ୍ରଧାନ ଦଶମାସତଳେ ଭଲପାଇ ଘରୁ ଉଠାଇ ନେଇ ପଳେଇଥିଲା l ପରେ ଦୁଇ ପରିବାର ବୁଝାବଣା ରେ ବୈଦିକ ରୀତିରେ ବିବାହ ହୋଇଥିଲା l ଲକ୍ଷ୍ମୀପ୍ରିୟାଙ୍କ ବାପା ବାହାରକୁ କାମ କରିବାକୁ ଯାଇଥିବା ବେଳେ ଆଜି ହଠାତ ଲକ୍ଷ୍ମୀପ୍ରିୟାଙ୍କ ଶଶୁର ଘରୁ ଖବର ପହଞ୍ଚିଥିଲା ଯେ ଲକ୍ଷ୍ମୀପ୍ରିୟା ରଶି ଲଗାଇ ମୃତ୍ୟୁ ବରଣ କରିଛି l ଲକ୍ଷ୍ମୀପ୍ରିୟାଙ୍କ ପରିବାର ଲୋକେ ଗଡ଼ିଶାଗଦା ଥାନାର କର୍ମଚାରୀଙ୍କୁ ସାଙ୍ଗରେ ନେଇ ଲକ୍ଷ୍ମୀପ୍ରିୟାର ଶଶୁରଘରେ ପହଞ୍ଚି ଦେଖିଲେ ଲକ୍ଷ୍ମୀପ୍ରିୟା ମୁହଁରେ ରକ୍ତଛିଟା ଲାଗିବା ସହିତ ଶଶୁର ଘରେ ଲକ୍ଷ୍ମୀପ୍ରିୟା ଶାଶୁଙ୍କ ବିନା ଆଉ କେହି ନାହାନ୍ତି l ଗଡ଼ିଶାଗଦା ଥାନା କର୍ମଚାରୀଙ୍କ ତତ୍ୱାବଧାନ ରେ ଲକ୍ଷ୍ମୀପ୍ରିୟାର ମାମୁଁ ଓ ବାପା ମିଶି ଶବକୁ ପୁରୀ ବଡଡାକ୍ତରଖାନା ବ୍ୟବଚ୍ଛେଦ ପାଇଁ ଆଣିଥିଲେ ହେଲେ ଲକ୍ଷ୍ମୀପ୍ରିୟାଙ୍କ ଶବ ବ୍ୟବଚ୍ଛେଦ ହୋଇ ସ୍ୱର୍ଗଦ୍ୱାର ଗଲା ପର୍ଯ୍ୟନ୍ତ ଲକ୍ଷ୍ମୀପ୍ରିୟାର ଶଶୁର ଘରର କାହାକୁ ଦେଖିବାକୁ ମିଳିନଥିଲା l ଏବେ ଏହା ଆତ୍ମହତ୍ୟା ନୁହେଁ ହତ୍ୟାକାଣ୍ଡ ବୋଲି ସାଧାରଣ ରେ ବେସ ଚର୍ଚ୍ଚା ହେଉଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ