ଅନାସ୍ଥା ରେ କଟିଲେ ସମଙ୍ଗରା ସରପଞ୍ଚ, ଦାୟିତ୍ୱ ନେଲେ ନାଏବ ସରପଞ୍ଚ l

Share

 

ପୁରୀ ସଦର ଅଧିନସ୍ଥ ସମଙ୍ଗରା ଗ୍ରାମପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ସରପଞ୍ଚ ପ୍ରାର୍ଥୀନୀ ଶାନ୍ତିଲତା ସେଠୀଙ୍କ ବିରୁଦ୍ଧରେ ଏହି ପ୍ରସ୍ତାବ ଆସିଥିଲା ।ଏହି ପଞ୍ଚାୟତ ଟି ୧୨ଟି ୱାର୍ଡ କୁ ନେଇ ଗଠିତ l ଏହି ପଞ୍ଚାୟତ ରେ ସରପଞ୍ଚ ଶାନ୍ତିଲତା ସେଠୀ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ସରପଞ୍ଚଙ୍କ ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ l ଏହି ଅନାସ୍ଥା ପ୍ରସ୍ତାବ ରେ ମୋଟ ୧୨ଖଣ୍ଡ ଭୋଟରୁ ୮ଖଣ୍ଡ ଭୋଟ ସରପଞ୍ଚ ଶାନ୍ତିଲତା ସେଠୀଙ୍କ ବିରୋଧ ରେ ଯାଇଥିଲା l ତେଣୁ ସରପଞ୍ଚ ଅନାସ୍ଥାରେ ସରପଞ୍ଚ ଶାନ୍ତିଲତା ସେଠୀ ହାରିଯାଇଥିଲେ l ସମଙ୍ଗରା ପଞ୍ଚାୟତ ର ବି.ଯେ.ପି ସମର୍ଥିତ ନାୟବ ସରପଞ୍ଚ ସୁରେନ୍ଦ୍ର ସାହୁଙ୍କୁ ସରକାରଙ୍କ ପକ୍ଷରୁ ଦାଇତ୍ଵ ହସ୍ତାନ୍ତର କରାଯାଇଥିଲା।ଆଜିଠାରୁ ସୁରେନ୍ଦ୍ର ସାହୁ ସରପଞ୍ଚଙ୍କ ଦାଇତ୍ୱ ତୁଲାଇବା ସହିତ ବାକିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହିତ ସ୍ଥାୟୀ ପଞ୍ଚାୟତ ଘର ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ।ଏହି ଅନାସ୍ଥା ଉପନିର୍ବାଚନ ଟି ପୁରୀ ସଦର ନିର୍ବାଚନ ମଣ୍ଡଳୀର ବି.ଯେ.ପି ର ବିଜୟ ଅଟେ।ଏହି ଅନାସ୍ଥା ପ୍ରସ୍ତାବ ର ବିଜୟ ପାଇଁ ନାୟବ ସରପଞ୍ଚ ସୁରେନ୍ଦ୍ର ସାହୁଙ୍କୁ ଜିତାଇବା ପାଇଁ ସମସ୍ତ ଗ୍ରାମବାସୀ, ତାଙ୍କର ୱାର୍ଡ ମେମ୍ବର ବନ୍ଧୁ ଓ ପରିଶେଷରେ ବି.ଜେ.ପି ର ପୂର୍ବତନ ମଣ୍ଡଳ ସଭାପତି ହରିହର ମହାପାତ୍ରଙ୍କ ସହଯୋଗ ଏବଂ ପୂର୍ଣ୍ଣ ସମର୍ଥନ ପାଇଁ ସରପଞ୍ଚ ସୁରେନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l