March 10, 2026

ଦମନ ଶ୍ରୀ ଜଗନ୍ନାଥ ସେବା ସମିତି ସ୍ଵଚ୍ଛତା ଅଭିଯାନ

IMG-20250503-WA0036
Share

 

 

 

 

 

ବେଲଗୁଣ୍ଠା,୦୩/୦୫,କେନ୍ଦ୍ର ଶାସିତ ଅଞ୍ଚଳ ଦମନ, ବାପି ଏବଂ ଏହାର ଆଖପାଖରେ ରହୁଥିବା ପ୍ରବାସୀ ଓଡିଆ ଭାଇମାନଙ୍କ ଦ୍ଵାରା ଗଠିତ ଶ୍ରୀ ଜଗନ୍ନାଥ ସେବା ସେମିତିର ସଦସ୍ୟମାନେ ବର୍ଷସାରା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଏହି କାର୍ଯ୍ୟକ୍ରମ ସହିତ ସ୍ଵଚ୍ଛତା କାର୍ଯ୍ୟକ୍ରମକୁ ମଧ୍ୟ ସାମିଲ୍ କରିଛନ୍ତି I ଏହି ଅବସରରେ ଆଜି ଜଗନ୍ନାଥ ସେବା ସମିତିର ସଦସ୍ୟ ମାନେ ମୋତି ଦମନ ସ୍ଥିତ ଲାଇଟ୍ ହାଉସ୍ ବେଳାଭୂମି ଠାରୁ ଦେଢ଼ କିଲୋମିଟର୍ ବ୍ୟାପୀ ରହିଥିବା ସମୂଦ୍ର ବେଳାଭୂମିର ସଫେଇ କରିଥିଲେ I ଏହା ସହିତ ସମିତିର ସଦସ୍ୟମାନେ ସ୍ଵଚ୍ଛ ବାର୍ତ୍ତା ପ୍ରଦାନ କରିବା ସହିତ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ସ୍ଥାନରେ ଜାରି ରଖିବାକୁ ସଂକଳ୍ପ ନେଇଥିଲେ I ପ୍ରକାଶ ଥାଉକି ଜଗନ୍ନାଥ ସେବା ସମିତିର ସଦସ୍ୟ ମାନେ ପୂର୍ବରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର,ଗରୀବଙ୍କ ଦୈନନ୍ଦିନ ବ୍ୟବହାର୍ଯ୍ୟ ବସ୍ତୁ ବଣ୍ଟନ, ଜଳ ଛତ୍ର ଆୟୋଜନ କରିବା ସହିତ ସ୍ଥାନୀୟ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ନେଇ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରି ଆସୁଛନ୍ତି I ଏହି ସମିତିରେ ଗଂଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ରୁ ମଧ୍ୟ ବହୁ ସଦସ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରି ଆସୁଛନ୍ତି I ସମିତି ସଦସ୍ୟଙ୍କ ଏହିଭଳି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି I

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ