April 25, 2025

ଏସିପିଏଲ୍ ଗ୍ରୁପ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Share

 

 

ବାଲେଶ୍ଵର : ଏସିପିଏଲ୍ ଗ୍ରୁପ୍ ପକ୍ଷରୁ ମଙ୍ଗଳବାର ଦିନ ବାଲେଶ୍ୱର ବିଦ୍ୟୁତ ମାର୍ଗ ସ୍ଥିତ ଗ୍ରୁପ୍ ର ଗୁଲ୍ ମୋହର୍ ବିଲ୍ଡିଂ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ ମିଳିତ ଭାବେ ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ସାଂସଦ ଶ୍ରୀ ଷଡ଼ଙ୍ଗୀ, ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଦାସ, ସଦର ବିଧାୟକ ଶ୍ରୀ ଦତ୍ତ, ବିଜେପି ନେତା ଶୁଭଙ୍କର ମହାପାତ୍ର, ନାରୀ ନେତ୍ରୀ ମମତା ମହାପାତ୍ର, ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଏବଂ ମନୋଜ ମହାନ୍ତି ଯୋଗ ଦେଇ ଆବଶ୍ୟକ ବେଳେ ଏକବୁନ୍ଦା ରକ୍ତ ଜଣେ ରୋଗୀକୁ ମୃତ୍ୟୁ ମୁଖରୁ ବଂଚାଇ ଦେଇପାରେ । ତେଣୁ ଏହି ଭଳି ମହତ୍ କାର୍ଯ୍ୟରେ ସମସ୍ତେ ଆଗେଇ ଆସିବା ସହ ରକ୍ତଦାନରେ ସାମିଲ ହେବା ପାଇଁ ସେମାନେ ଆହ୍ୱାନ ଦେଇଥିଲେ । ଗ୍ରୁପ୍ ର ନିର୍ଦେଶୀକା ସଂଗୀତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଏସିପିଏଲ ଗ୍ରୁପ୍ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସଂପର୍କରେ ପ୍ରକାଶ କରିଥିଲେ। ଇଂଜିନିୟର ସବିର ଅହେମଦ ମଞ୍ଚ ପରିଚାଳନା କରିଥିଲେ। ଜେନେରାଲ ମ୍ୟାନେଜର ରଜତ ଚାୱଲା, ଜଗନ୍ନାଥ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ। ଏସିପିଏଲ ଗ୍ରୁପ ର ସମସ୍ତ କର୍ମଚାରୀ, ଶୁଭେଛୁ ଏହି ଶିବିରରେ ରକ୍ତଦାନ କରିଥିଲେ ।

ବାଲେଶ୍ଵର ରୁ ଶେଖ୍ ନଜିମ୍ ଙ୍କ ରିପୋର୍ଟ

You may have missed