April 24, 2025

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଊଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Share

ପୁରୀ ସହରର ବିଭିନ୍ନ ସମସ୍ୟାକୁ ନେଇ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଓଡ଼ିଶା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରିଥିଲେ । ଅନୁଷ୍ଠାନର ଦାବି ମଧ୍ଯରେ ଜିଲ୍ଲା ଅଦାଲତ ସ୍ଥାନାନ୍ତରଣ ବନ୍ଦ କରିବା ,ବଡଦାଣ୍ଡରେ ଗାଡି ପାର୍କିଂ ବନ୍ଦ କରିବା, ବଡଦାଣ୍ଡରୁ ଆମିଷ ବିକ୍ରି ନିଷିଦ୍ଧ କରିବାକୁ କର୍ମକର୍ତ୍ତା ମାନେ ଦାବି କରିଛନ୍ତି । ସହର ବାସିନ୍ଦାଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ମଶା ତେଲ ମଶା ଧୂଆଁ ପ୍ରୟୋଗ କରିବା, ଅଠରନଳାର ସୌନ୍ଦର୍ଯ୍ୟକରଣ, ଗରୁଡଙ୍କ ଚାରିପଟୁ ଦଳ କାଢିବା, ମୂଷାନଈ ରୁ ଦଳ ସଫା କରିବା ପାଇଁ ଅନୁଷ୍ଠାନ ଦାବି ଉଠାଇଛି । ନାରୀ ସୁରକ୍ଷା ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ । ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିକୁ ଯେଉଁ ପ୍ରଜା ଦଖଲରେ ଅଛନ୍ତି ତାଙ୍କ ନାମରେ ସ୍ଥିତିବାନ ପଟା ପ୍ରଦାନ କରାଯାଉ । ଗୋପୀନାଥପୁର ଅନାଶିଆ ନାଳକୁ ସଫା କରାଯାଉ । ଏ ସଂପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦାବିପତ୍ର ଦେବା ସମୟରେ ଅନୁଷ୍ଠାନ ସଭାପତି ପ୍ରସନ୍ନ କୁମାର ଲେଙ୍କା, ଉପଦେଷ୍ଟା ରାଜେଶ କୁମାର ମିଶ୍ର, କାର୍ଯ୍ଯକାରୀ ସଭାପତି ପ୍ରମୋଦ କୁମାର ଜେନା,ସମ୍ପାଦିକା ସସ୍ମିତା ଶତପଥୀ,ଲଲାଟେନ୍ଦୁ ମିଶ୍ର, ଲକ୍ଷ୍ମୀପ୍ରିୟା ଦେ ଓ ଅନ୍ଯ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed