କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା

କୋରାପୁଟ,୨୩।୪ : ନୁଆଦିଲ୍ଲୀ ସ୍ଥିତ ବିଜ୍ଞାନଭବନ ଠାରେ ପ୍ରାଶାସନିକ ସେବା ଦିବସ ଉପଲକ୍ଷେ (ଡିଆରପିଜି) ଦ୍ୱାରା ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଏକ୍ସିଲେନ୍ସ ଆୱାର୍ଡ଼ ଗ୍ରହଣ କରି କୋରାପୁଟ ଜିଲ୍ଲା ପାଇଁ ବହୁତ ଗର୍ବ ଆଣିଛନ୍ତି। ଏହି ଅବସରରେ କୋରାପୁଟସ୍ଥିତ ମୁନସିପାଲଟି ଅଡିଟୋରିୟମ ପରିସରରେ ବୁଧବାର ପୂର୍ବାହ୍ନ ୧୧:୩୦ମି ସମୟରେ ଜିଲ୍ଲାସ୍ତରୀୟ ସ୍ଵାଗତ ଓ ସମ୍ବର୍ନ୍ଧନା ସଭାର ଆୟୋଜିତ ହୋଇଥିଲା। ଏଥିରେ କୋରାପୁଟ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନିକ ମୁଖ୍ୟ ମାନନୀୟ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି କୀର୍ତ୍ତି ଭାସନ ଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି।ତତ୍ ସହିତ ଜାମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲା ର ପେହେଲଗାମ୍ ରେ ସନ୍ତ୍ରାସବାଦୀ ଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ପ୍ରଶାନ୍ତ ଶତପଥୀଙ୍କ ବିୟୋଗରେ ଦୁଇ ମିନଟ ପାଇଁ ନୀରବ ପ୍ରାର୍ଥନା କରଯାଇଥିଲା। ଦେଶର ପ୍ରଶାସନିକ ସେବା କ୍ଷେତ୍ରରେ କୋରାପୁଟ ଜିଲ୍ଲା ରେ ୧୧ଟି କେନ୍ଦ୍ରୀୟ ଯୋଜନାର କାର୍ଯ୍ୟ ଗୁଡ଼ିକୁ କୋରାପୁଟ ଜିଲ୍ଲାପାଳ ସଫଳ ରୂପାୟନ କରିଥିବା ଯୋଗୁଁ ସଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ଗତ ୨୧ ତାରିଖ ରେ ଭାରତ ର ଅତି ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲା କୋରାପୁଟ ଜିଲ୍ଲା। ଜିଲ୍ଲାର ସାମଗ୍ରୀକ ବିକାଶ କ୍ଷେତ୍ରରେ ଜିଲ୍ଲା ବର୍ଗରେ ଦେଶର ୭୧୦ଟି ଜିଲ୍ଲା ମଧ୍ୟରୁ ୫ଟି ଜିଲ୍ଲା ଗୁଜୁରାଟର ରାଜକୋଟ, ତ୍ରିପୁରାର ଗୋମତି, ଆସାମର ଟିନସୁକିଆ, ଜାମ୍ମୁକାଶ୍ମୀର ର କୁପୱାରା ଏବଂ ଓଡିଶାର କୋରାପୁଟ ଜିଲ୍ଲା ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ପ୍ରାପ୍ତି କରିଛନ୍ତି। ଏଥି ନିମନ୍ତେ କେନ୍ଦ୍ର ସରକାରଙ୍କ ଅଧିକାରୀ ମାନେ କୋରାପୁଟ ଜିଲ୍ଲା ଆସି କେନ୍ଦ୍ର ସରକାରଙ୍କ ୧୧ଗୋଟି ଯୋଜନା ତଥା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ସକ୍ଷମ ଅଙ୍ଗନବାଡି ଓ ପୋଷଣ ,ପିଏମ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ,ପିଏମ ବିଶ୍ଵକର୍ମା , କିଷାନ କାର୍ଡ , ମିଶନ ଟୀକାକରଣ ,ପିଏମ ଜନ ଆରୋଗ୍ୟ ଯୋଜନା , ହରଘର ଜଳ (ଜଳ ଜୀବନ ମିଶନ), ପ୍ରଧାନମନ୍ତ୍ରୀ ସହର ଓ ଗ୍ରାମୀଣ ଆବାସ ଯୋଜନା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଯୋଜନାର ରୂପାୟନ ଆକଳନ କରିବା ସହ ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏହି ରିପୋର୍ଟ କାର୍ଡ ଅନୁସାରେ ଜିଲ୍ଲାର ସାମଗ୍ରିକ ବିକାଶ ଦିଗରେ କୋରାପୁଟ ଜିଲ୍ଲା ପୃରସ୍କୃତ ହୋଇଛି। ଆଜିର ସମ୍ବର୍ଦ୍ଧିତ ସଭାରେ ମାନନୀୟ ଜିଲ୍ଲାପାଳ ଏହି ସଫଳତାର ଶ୍ରେୟ ସମସ୍ତ ସରକାରୀ ବିଭାଗୀୟ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ଏବଂ କୋରାପୁଟ ଜିଲ୍ଲାବାସୀ ଓ ହିତାଧିକାରୀ ମାନଙ୍କୁ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଧନ୍ୟବାଦ ଜଣାଇଛନ୍ତି। କୋରାପୁଟ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରାଙ୍କ ପରିଚାଳନାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି,ଅତିରିକ୍ତ ଏସପି ମନୋବ୍ରତା ଶତପଥି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବରୋଦା କାନ୍ତ ମିଶ୍ର,ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଡ ପ୍ରଭାକର ବେହେରା,କୋରାପୁଟ ଵନଖଣ୍ଡ ଅଧିକାରୀ କେ ଭି ଭାସ୍କର ରାଓ ପ୍ରମୁଖ ମଞ୍ଚାସିନ ଥିଲେ। ସର୍ବ ଶେଷରେ କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କୋରାପୁଟ ହରିଶ କୁମାର ପଟ୍ଟନାୟକ