May 10, 2026

୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍-୨୦୨୫ଦ୍ବିତୀୟ ଦିନରେ ୭ଟି ମ୍ଯାଚ ଏସଏସବି ପୋଲିସ ବିଜୟୀ 

IMG-20250409-WA0012
Share

ଭୁବନେଶ୍ୱର, (ରାଜାରାମ ଷଡ଼ଙ୍ଗୀ):ଆଜି ପ୍ରଥମ ମ୍ଯାଚ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ପୋଲିସ ଦଳକୁ ୯-୦ ଗୋଲ ବ୍ଯବଧାନରେ ପରାସ୍ତ କରିଥିଲା।

 

ଦ୍ୱିତୀୟ ମ୍ଯାଚ କର୍ଣ୍ଣାଟକ ଓ ଗୁଜରାଟ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ କର୍ଣ୍ଣାଟକ, ଗୁଜରାଟ ପୋଲିସ ଦଳକୁ ୨୦-୧ ଗୋଲ ବ୍ଯବଧାନରେ ପରାସ୍ତ କରିଥିଲା।

 

ସେହିପରି ତେଲେଙ୍ଗାନା ଓ କେରଳ ପୋଲିସ ମଧ୍ୟରେ ତୃତୀୟ ମ୍ଯାଚ ଖେଳାଯାଇଥିଲା। ଏହି ମ୍ଯାଚରେ ତେଲେଙ୍ଗାନା, କେରଳ ପୋଲିସ ଦଳକୁ ୯ -୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି।

 

ଚତୁର୍ଥ ମ୍ଯାଚ ସିଆରପିଏଫ ଓ ପୁଡୁଚେରୀ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ସିଆରପିଏଫ ପୋଲିସ ପଡୁଚେରୀ ପୋଲିସ ଦଳକୁ ୨୧-୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି।

 

ପଞ୍ଚମ ମ୍ଯାଚ ତାମିଲନାଡୁ ଓ ଉତ୍ତରପ୍ରଦେଶ ପ୍ରଦେଶ ମହିଳା ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଉତ୍ତରପ୍ରଦେଶ ପ୍ରଦେଶ ମହିଳା ପୋଲିସ ତାମିଲନାଡୁ ମହିଳା ପୋଲିସ ଦଳକୁ ୬-୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି।

 

ସେହିପରି ପଞ୍ଜାବ ଓ ମଧ୍ୟ ପ୍ରଦେଶ ମଧ୍ୟରେ ଷଷ୍ଠ ମ୍ଯାଚ ଖେଳାଯାଇଥିଲା। ଏହି ମ୍ଯାଚରେ ପଞ୍ଜାବ, ମଧ୍ୟ ପ୍ରଦେଶ ପୋଲିସ ଦଳକୁ ୭ -୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି।

 

ସପ୍ତମ ମ୍ଯାଚ ଏସଏସବି ଓ ହରିୟାଣା ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଏସଏସବି ପୋଲିସ ହରିୟାଣା ପୋଲିସ ଦଳକୁ ୧୮-୦ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି।

 

କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ, ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ,ଏସସିଆରବି, ନିର୍ଦ୍ଦେଶକ, ଡ଼ଃ. ସନ୍ତୋଷ ବାଲା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, (ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗ) ଶ୍ରୀ ଅରୁଣ ବୋଥ୍ରା,ଆୟୋଜନ କମିଟିର ଉପାଧ୍ୟାକ୍ଷ ଶ୍ରୀ ଦୟାଲ ଗଙ୍ଗୱାର, ଆଇଜି( ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଶ୍ରୀ ଅନୁପ କୁମାର ସାହୁ, ଆଇଜି (ଅପରେସନ), ଡ଼ଃ. ଦୀପକ କୁମାର, ଆଇଜି (ସଶସ୍ତ୍ର), ଶ୍ରୀ ଅବିନାଶ କୁମାର ଏବଂ ଖୋର୍ଦ୍ଧା ଏସପି ସାଗରିକା ନାଥ ପ୍ରମୁଖ ବିଭିନ୍ନ ମ୍ଯାଚ ଗୁଡିକରେ ଅତିଥି ଭାବେ ଅଂଶ ଗ୍ରହଣ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।