May 21, 2025

ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଦଣ୍ଡଯାତ୍ରା, ଜମୁଛି ମୟୁର ପୁଚ୍ଛ ବେପାର

Share

ବୁଗୁଡା : ତା ୦୩/୦୪/୨୫ : ଚଳିତ ବର୍ଷ ବୁଗୁଡ଼ା ଅଞ୍ଚଳରେ ଦଣ୍ଡଯାତ୍ରା ପର୍ବ ଆରମ୍ଭ ହୋଇଯାଇଛି । ମେରୁ ସଂକ୍ରାନ୍ତି ଯାଏଁ ଚାଲିବାକୁ ଥିବା ଏହି ଦଣ୍ଡଯାତ୍ରା ପର୍ବ ଯୋଗୁଁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସାଙ୍ଗକୁ ଦେବଦେବ ମହାଦେବ ଓ ମା’ ମହାମାୟୀ କାଳୀଙ୍କ ପୂଜାର୍ଚ୍ଚନା ଲାଗି ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ ହେଉଛି । ଚାରିଆଡ଼େ ଦେଖିବାକୁ ମିଳୁଛି ଦଣ୍ଡୁଆଦଳଙ୍କ ଗହଳି ଚହଳି ଓ ନଗର ପରିକ୍ରମା । ବର୍ଷ ତମାମ ବିଭିନ୍ନ ସମୟରେ ମୟୁର ପୁଚ୍ଛ, ବାନା ଓ ଅନ୍ୟାନ୍ୟ ପୂଜା ସାମଗ୍ରୀର ବିକ୍ରିବଟା ହେଉଥିଲେ ମଧ୍ୟ ଦଣ୍ଡଯାତ୍ରା ସମୟରେ ମୟୁର ପୁଚ୍ଛ କାରବାର ଆଶାତୀତ ଭାବେ ବୃଦ୍ଧି ପାଇଛି । ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବୁଗୁଡ଼ା ଅଞ୍ଚଳର ଅଧିକାଂଶ ବ୍ୟବସାୟୀ ବ୍ରହ୍ମପୁରରୁ ମୟୁର ପୁଚ୍ଛ ଆଣି ବିକ୍ରି କରୁଛନ୍ତି । ଦଣ୍ଡଯାତ୍ରା ସମୟରେ ବୁଗୁଡ଼ା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ମୟୁର ପୁଚ୍ଛ କାରବାର ହେଉଛି । ମାନସିକଧାରୀ ଦଣ୍ଡୁଆମାନେ ଏହି ମୟୁର ପୁଚ୍ଛକୁ ଧାରଣ କରିଥାନ୍ତି । ବୁଗୁଡା ସହରାଞ୍ଚଳର ମୁଖ୍ୟ ସଡ଼କ ,ଗଣେଶ ବଜାର , ମଦନ ମୋହନ ଛକରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ମୟୁର ପୁଚ୍ଛ, ବାନା ଓ ଅନ୍ୟାନ୍ୟ ପୂଜା ସମାଗ୍ରୀର ବିକ୍ରିବଟା ଦେଖିବାକୁ ମିଳୁଛି । ଏହିସବୁ ମୟୁର ପୁଚ୍ଛ ରାଜସ୍ଥାନର ଯୋଧପୁର, ଉତ୍ତରପ୍ରଦେଶର ଆଗ୍ରା, ପଶ୍ଚିମବଙ୍ଗର କୋଲକାତାରୁ ପ୍ରଚୁର ପରିମାଣର ଆସୁଥିବା ନେଇ ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି ।

You may have missed