May 10, 2026

ମୋହନା ମିନି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଙ୍କ ଅନ୍ତଦୋୟ ଗୃହ ଯୋଜନାର ଶୁଭାରମ୍ଭ—-

IMG-20250330-WA0040
Share

 

ଓଡିଶାରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ପ୍ରତି ଗରିବ ମାନଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଅନ୍ତଦୋୟ ଗୃହ ନିର୍ମାଣ ର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗଜପତି ଜିଲ୍ଲା ମୋହନା ସ୍ଥିତ ହାଇସ୍କୁଲ ଖେଳପଡିଆ ଠାରେ ବ୍ଳକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ କୁ ଆଭାସି ମାଧ୍ୟମରେ ସିଧାପ୍ରସାରଣ କରାଯାଇଥିବା ବେଳେ ମୋହନା ବିଡ଼ିଓ ରାଜିବ ଦାସ ପ୍ରଥମ କିସ୍ତିରେ ୮୧ ଜଣଙ୍କୁ ଅନ୍ତଦୋୟ ଗୃହ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।ତେବେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣକୁ ଆଭାସି ମାଧ୍ୟମରେ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। ହଜାର ହଜାର ପୁରୁଷ ଓ ମହିଳା ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଗ୍ରୀଷ୍ମପ୍ରବାହ ଜନିତ ପ୍ରବଳ ଉତ୍ତାପ ସହି ନପାରି ଲୋକେ ନିରାଶ ହୋଇଥିବା ଦେଖିବାକୁ ମିଳିଛି।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ପ୍ରତିନିଧି ଙ୍କ ସମେତ ଅଞ୍ଚଳ ର ଅନେକ ଜନସାଧାରଣ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା।