May 14, 2026

କଳାହାଣ୍ଡି ଜିଲ୍ଲା ଓକିଲ ସଂଘ ନିର୍ବାଚନ ଶେଷ..

IMG-20250330-WA0013
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଗତକାଲି ଭବାନୀପାଟଣା ଠାରେ କଳାହାଣ୍ଡି ବାର ଏସୋସିଏସନ ତରଫରୁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। କାଲି ଦିନ ତମାମ ଏହି ପ୍ରକ୍ରିୟା ଚାଲିଥିଲା।ଏଥିରେ ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଆଇନଜୀବି ଶ୍ରୀ ମାନସ ରଞ୍ଜନ ମହାନ୍ତିଙ୍କ ତତ୍ୱାବଧାନରେ ନିର୍ବାଚନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି। ଏଥିରେ ବରିଷ୍ଠ ଆଇନଜୀବି ଶ୍ରୀ ସୁଧାଂଶୁ ନନ୍ଦ ଦ୍ଵିତୀୟ ଥର ପାଇଁ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ତଥା ଉପସଭାପତି ଭାବରେ ଶ୍ରୀ ଗଣେଶ୍ୱର ପଟ୍ଟନାୟକ, ସମ୍ପାଦକ ଭାବରେ ଶ୍ରୀ ଅଶୋକ କୁମାର ପଟ୍ଟନାୟକ ତଥା ସହସମ୍ପାଦକ ଭାବରେ ଶ୍ରୀ ସାରଣୀ ବେମାଲ ଓ କୋଷାଧକ୍ଷ ଭାବରେ ଶ୍ରୀ ମହେଶ ପ୍ରସାଦ ମହାପାତ୍ର ନିର୍ବାଚିତ ହୋଇଛନ୍ତି। ଏତଦବ୍ୟତୀତ ବରିଷ୍ଠ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଶ୍ରୀ ଜୟନ୍ତ ମୁଣ୍ଡ, ଶ୍ରୀ ପ୍ରଶାନ୍ତ କୁମାର ବାରିକ, ଶ୍ରୀ ଲୋକନାଥ ନାଏକ ଏବଂ ସୌମେନ୍ଦ୍ର ଚାନ୍ଦ ନିର୍ବାଚିତ ହୋଇଛନ୍ତି ତଥା କନିଷ୍ଠ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଇଲା ସଲମା, ଶ୍ରୀ ନୀଳାଞ୍ଚଳ ସ୍ୱାଇଁ ଓ ପ୍ରବୀଣ କୁମାର ବେହାରୀ ନିର୍ବାଚିତ ହୋଇଛନ୍ତି।