April 1, 2025

ଜ୍ୟୋତିଷ ବିଦ୍ୟାର ସ୍ରଷ୍ଟା ଭାରତ..

Share

ଆଜି ଇଂରାଜୀ ତା ୨୩-୦୩-୨୦୨୫ ରବିବାର, ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ, ପୁରୀ ଠାରେ ରାଜ୍ୟ ଶାକଦ୍ୱିପ ଦୈବଜ୍ଞ ବ୍ରାହ୍ମଣ ମହାସଙ୍ଘ ,ଓଡିଶାଙ୍କର ପଞ୍ଚମ ବାର୍ଷିକ ଉତ୍ସବ, ପଣ୍ଡିତ ଗୋପାଳ ଚନ୍ଦ୍ର ଦାଶ ଙ୍କ ପୌରହିତ୍ବ ରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଅଛି । ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡ଼ା ଅଶୋକ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ,ଏକଲବ୍ୟ ପରିସର, ଅଗରତାଲା, ତ୍ରିପୁରା ର ନିର୍ଦେଶକ ଡଃ ପ୍ରଭାତ କୁମାର ମହାପାତ୍ର ଯୋଗଦାନ କରିଥିଲେ।ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶାକଦ୍ବିପୀ ବ୍ରାହ୍ମଣ ମାନଙ୍କ ଜନ ସମାବେଶ ହୋଇ ଉତ୍ସବର ଆକର୍ଷଣ କୁ ବହୁଗୁଣିତ କରିଥିଲେ।

ଏହି ବିଶିଷ୍ଟ କାର୍ଯ୍ୟକ୍ରମ ରେ ସର୍ବପ୍ରଥମେ ପ୍ରଦୀପ ପ୍ରଜଳ୍ବନ, ସୂର୍ଯ୍ୟ ପୂଜା, ସାମୁହିକ ବେଦପାଠ ପରେ ସଭା ସଞ୍ଚାଳନ ସହ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଧର୍ମୀ ବାର୍ଷିକ ପତ୍ରିକା *ଦୈବଜ୍ୟୋତି* ର ଉନ୍ମୋଚନ କରାଯାଇଥିଲା।ପ୍ରଫେସର ପ୍ରଭାତ କୁମାର ମହାପାତ୍ର ବହୁ ଶାସ୍ତ୍ରୀୟ, ବୈଦିକ, ବୈଜ୍ଞାନିକ ପ୍ରାମାଣିକ ତଥ୍ୟ ଉପସ୍ଥାପନ ସହ କହିଥିଲେ ଯେ ଭାରତୀୟ ମୁନି ଋଷି ମାନେ ଜ୍ୟୋର୍ତିବିଜ୍ଞାନ ର ସ୍ରଷ୍ଟା । ହଜାର ହଜାର ବର୍ଷ ପୁର୍ବରୁ ସୌର ଜଗତକୁ ଅଧ୍ୟୟନକରି ଯାହା ନିରୁପଣ କରିଛନ୍ତି ତାହା ଆଜିସୁଦ୍ଧା ଅକାଟ୍ୟ।

ସମ୍ପାଦକ ପଣ୍ଡିତ ରମାକାନ୍ତ ମହାପାତ୍ର, ପଣ୍ଡିତ ଅନ୍ତର୍ଯ୍ୟାମୀ ମହାପାତ୍ର, ପଣ୍ଡିତ ସନ୍ତୋଷ କୁମାର ମିଶ୍ର, ପ୍ରେମାନନ୍ଦ ସେନାପତି, ପଣ୍ଡିତ ରଙ୍ଗାଧର ମହାପାତ୍ର, ନିରଞ୍ଜନ ଆଚାର୍ଯ୍ୟ,ମନୋରଞ୍ଜନ ପାଣିଗ୍ରାହୀ, ମନୋରଞ୍ଜନ ନାୟକ, ପଣ୍ଡିତ ବିନୋଦ କୁମାର ସେନାପତି, ଡଃ ଶ୍ରଦ୍ଧାଞ୍ଜଳି ମହାପାତ୍ର, ବିଷ୍ଣୁ ମୋହନ ମିଶ୍ର,ରଘୁନାଥ ନାୟକ, ପଣ୍ଡିତ ବାସୁଦେବ ମହାପାତ୍ର ,ସନ୍ତୋଷ କୁମାର ମହାପାତ୍ର, ପବିତ୍ର ମୋହନ ନାୟକ, ତାପସ କୁମାର ମହାପାତ୍ର, ପ୍ରଭୁପ୍ରସାଦ ନାୟକ, ,କୁଳମଣି ପଣ୍ଡିତ, ତାରିଣୀ ପ୍ରସାଦ ମହାପାତ୍ର , ବିଜୟ କୁମାର ନାୟକ, ପୁର୍ଣ୍ଣଚନ୍ଦ୍ର ନାୟକ, ମାନସ ଚୈତନ୍ୟ,କୈଳାସ ଗୁରୁ, ସୁଦାମ ନାୟକ, ରମଣୀରଞ୍ଜନ ମହାପାତ୍ର, ପଣ୍ଡିତ ଦୟାନିଧି ନାୟକ, ଦେବେନ୍ଦ୍ର ମହାପାତ୍ର, ସରୋଜ ନାୟକ, ଯୁଧିଷ୍ଠିର ନାୟକ ଜଗଦୀଶ ମହାପାତ୍ର, ବୈଦିକ ଶିକ୍ଷାନୁଷ୍ଠାନ ର ସମସ୍ତ ଛାତ୍ରଛାତ୍ରୀ ତଥା ଅନେକ ବିଶିଷ୍ଟ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରାଇଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ