May 10, 2026

ନବରଙ୍ଗପୁର ଜିଲ୍ଲା ଚରକ ବନ ଠାରେ ବିଶ୍ଵ ବନ ଦିବସ ପାଳନ……..

IMG-20250321-WA0049
Share

 

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ସ୍ଥାନୀୟ ଚରକ ବନ ପରିସରରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଶ୍ଵ ବନ ଦିବସ ପାଳନ କରାଯାଇଛି। ଜଙ୍ଗଲ ଏବଂ ବନ୍ୟ ପ୍ରାଣୀ ସୁରକ୍ଷା, ବନୀକରଣ ଏବଂ ବୃକ୍ଷ ରୋପଣ କାର୍ଯ୍ୟରେ ସର୍ବୋତ୍ତମ କାର୍ଯ୍ୟ ପାଇଁ ନବରଙ୍ଗପୁର ଡିଭିଜନର ବିଭିନ୍ନ ଭି ଏସ ଏସ କର୍ମଚାରୀମାନଙ୍କୁ ବିଭିନ୍ନ କାର୍ଯ୍ୟକଳାପ ପାଇଁ ପୁରସ୍କୃତ କରାଯାଇଥିଲା। ଏହି ବର୍ଷ ବିଶ୍ୱ ବନୀକରଣ ଦିବସରେ ଜଙ୍ଗଲ ଏବଂ ଖାଦ୍ୟର ଗୁରୁତ୍ୱ ବିଷୟବସ୍ତୁ କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଏବଂ ଜୀବିକା ଉପରେ ଜଙ୍ଗଲର ଗୁରୁତ୍ୱ ବିଷୟକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ଏ ସି ଏଫ୍ ସୁବାଷ ଚନ୍ଦ୍ର ଖୁଣ୍ଟିଆ, ଏ ସି ଏଫ୍ ଦିବ୍ୟମାଧୁରୀ ସେଠି, ରେଞ୍ଜ ଅଫିସର, ନବରଙ୍ଗପୁର ଗୋପୀନାଥ ସାହୁ, ରେଞ୍ଜ ଅଫିସର ଉମରକୋଟ ସୁଶ୍ରୀ ଦେବସ୍ମିତା ସାହୁ, ରେଞ୍ଜ ଅଫିସର ଝରିଗାନ ଗୋବିନ୍ଦ ନାୟକ, ରେଞ୍ଜ ଅଫିସର ରାଇଘର ଅବଦୁଲ ସମର୍ଥ, ଡାବୁଗାଁ ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ ଏବଂ ନବରଙ୍ଗପୁର, ଡାବୁଗାଁ, କୋଡିଙ୍ଗା, ଉମରକୋଟ, ଝରିଗାଁ, ରାଇଘରର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ।