November 17, 2024

ମା ଶୀତଳା ଠାକୁରାଣୀ ଙ୍କ ତ୍ରୟ ବାର୍ଷିକ ଘଟ ପର୍ବ ଉଦଯାପିତ

Share

 

କୋଟପାଡ଼.ମା ଶୀତଳା ଙ୍କ ଘଟ ପର୍ବ ବୁଧ ବାର ମହା ଆଡମ୍ବର ରେ ଉଦଯାପିତ ହୋଇଯାଇଛି ଚଳିତ ମାସ ଛବିଶ ତାରିଖରେ ଆରମ୍ଭ ହୋଇଥିବା ଏହି ଯାତ୍ରା ଏଗାର ଦିନ ବେଶ ଧୁମ ଧାମ ରେ ଚାଲିଥିଲା. ସହର ରେ ବାଜା. ମହୁରି ଘଣ୍ଟ. ହୁଳହୁଳି ରେ ମା ଘର କୁ ଘର ଯାଇ ପୂଜା ପାଉ ଥିଲେ. ପ୍ରତି ଦିନ ମା ମନ୍ଦିର କୁ ରାତ୍ର ରେ ଫେରି ଵା ସମୟ ରେ ବିରାଟ ପଟୁ ଆର ବାହା ରୁ ଥିଲା I ହଜାର ହଜାର ଭକ୍ତ ଙ୍କ ପାଇଁ ସ୍ଥାନୀୟ କଳାକାର ଙ୍କ ସମେତ ଭୁବନେଶ୍ୱର. କଟକ ଛତିଶ ଗଡ଼ର କଳା କାରଙ୍କ ଦ୍ୱାରା ପାଲା. ଦାସ କାଠୟା ଭଜନ ଅରକେଷ୍ଟ୍ରା ମନୋରଞ୍ଜନ କାର୍ଯ୍ୟ କ୍ରମ କମିଟି ଦ୍ୱାରା ଆୟୋଜନ ହୋଇଯାଇଛି ଏବଂ ମିନା ବଜାର ମଧ୍ୟ. ଏହି ଉଦଯାପନୀ ଉତ୍ସବ ରେ ପ୍ରାୟ 50ହଜାର ରୁ ଉର୍ଧ୍ଵ ଅଭି ଭକ୍ତ କୋରାପୁଟ ଜ଼ିଲ୍ଲା ସମେତ ମଧ୍ୟ ପ୍ରଦେଶ. ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶ ସମେତ ଗ୍ରାମା ଞ୍ଚଳ ଓ ସହରାଞ୍ଚଳ ର ସମା ଗମ ଦେଖି ବାକୁ ମିଳିଥିଲା. ମନ୍ଦିର ଠାରୁ ମା ଙ୍କ ଘଣ୍ଟ ସହ ଦୁଇ ହଜାର ପାଞ୍ଚ ସହ ମାନସିକ ଧାରୀ ମାନେ ଘଣ୍ଟ ଧରି ଜାତୀୟ ରାଜ ପଥ ଦେଇ ଦମୟନ୍ତୀ ସାଗର ଠାରେ ଥିବା ଶକ୍ତି ପିଠ ରେ କୁଟମ୍ଭ ଯାତ୍ରା କରି ମଧ୍ୟ ରାତ୍ରି ରେ ଘରକୁ ଭୋଗ ନେଇ ମାନସିକ ଧାରୀ ମାନେ ଫେରି ଥିବା ଜଣା ଯାଇଛି କୋଳସ ଯାତ୍ରା ସମୟରେ ବିଭିନ୍ନ ଅନୁଷ୍ଠାନ. ଯୁବ ଗୋଷ୍ଠୀ ପକ୍ଷରୁ ଦହି. ସର୍ବତ. ପାନୀୟ ଜଳ ର ବ୍ୟବସ୍ଥା ହୋଇଥିଲା ବାହାର ଗଡ଼ ସାହିର ଯୁବକ ଙ୍କ ସହଯୋଗ ରେ ଯାତ୍ର କମିଟି ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ. ସମ୍ପାଦକ ରାମେଶ୍ୱର ଜେନା ଙ୍କ ନେତୃତ୍ୱ ଏହି ବିରାଟ ଘଟ ପର୍ବ ସଫଳ ହୋଇପାରିଛି ପୂର୍ବରୁ ଏପରି କେବେ ମଧ୍ୟ ଏହି ଭଳିଆ କାର୍ଯ୍ୟକ୍ରମ ହୋଇ ନ ଥିଲା କୀ ଆଗାମୀ ଦିନ ରେ ମଧ୍ୟ ଏହି ବର୍ଷ ର ଭଳି ଘଟ ପର୍ବ ହେବ କୀ ନାହିଁ ତାହା କହି ହେବ ନାହିଁ ବୋଲି ଭକ୍ତ ମାନେ ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରି ଥିବା ଜଣା ଯାଇଛି. ତହସିଲଦାର ତଥା ଦେବ ତ୍ତର କମିଟି ସଭାପତି ଶ୍ରୀ ଶକ୍ତି ମହାପାତ୍ର. ସ୍ଥାନୀୟ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ ପୂର୍ବତନ ବିଧାୟକ ଶ୍ରୀ ଚନ୍ଦ୍ର ଶେଖର ମାଝୀ. ଭୁଜ ବଳ ମାଝୀ ,ବୁଲି ମହାଙ୍କୁଡ ଗୋପୀନାଥ ବିଶୋଇ,. ଦେବେନ୍ଦ୍ର ବଇଦ,ଗୁଣ ଧର ପୂଜାରୀ. ଅନାମୁ ଦିଆନ ପୌରା ଧ୍ୟକ ସଙ୍କର ରାଓ ସିଦ୍ଧାର୍ଥ ତ୍ରିପାଠୀ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଉଦଯାପନୀ ଯାତ୍ରା ରେ ସାମିଲ ଥିବା ଜଣାଯାଇଛି I

ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା I