ଭାର୍ଗବୀ ନଦୀରେ ବୁଡ଼ ପକାଇ ଅବିରରେ ହୋଲିଖେଳି ସଚେତନତାର ବାର୍ତ୍ତା ବାଣ୍ଟିଲେ ଟ୍ରାଭେଲ ଏଜେଣ୍ଟ ସଂଘ

ପୁରୀ ଶ୍ରୀଶ୍ରୀ ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘ ପକ୍ଷରୁ ଭିନ୍ନ ଧରଣ ର ହୋଲି ଉର୍ତ୍ସବ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଭାପତି ଅକ୍ଷୟ କୁମାରଙ୍କ ଅଧକ୍ଷତା ରେ ଭୋରରୁ ଉଠି ସମସ୍ତ ସଦସ୍ୟ ପୁରୀରୁ ମହାପ୍ରଭୁଙ୍କ ଦାରୁକ୍ଷେତ୍ର ସତ୍ୟବାଦୀ ର ରାୟଚକ୍ରଧରପୁର ଠାରେ ଭାର୍ଗବୀ ନଦୀରେ ବୁଡ଼ ପକାଇ ଅନୁଷ୍ଠାନ ର ସମସ୍ତ ସଦସ୍ୟ ନିଜନିଜ ମଧ୍ୟରେ ଅବିର ଲଗାଇ ହୋଲି ପାଳିବା ସହିତ ରାସାୟନିକ ରଙ୍ଗ ଏବଂ ନିଶା ଠାରୁ ଦୁରେଇ ଏହି ହୋଲି ପର୍ବ ପାଳିବାପାଇଁ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ