May 10, 2026

ରଙ୍ଗର ପର୍ବ ହୋଲିରେ ରଙ୍ଗୀନ ହୋଇଛି ପୁରୀ ସହର

IMG-20250316-WA0002
Share

           ରଙ୍ଗର ପର୍ବ ହୋଲିରେ ରଙ୍ଗୀନ ହୋଇଛି ପୁରୀ ସହର। ବିଭିନ୍ନ ସ୍ଥାନରେ ଫଗୁ ଅବିର ପ୍ରାକୃତିକ ରଙ୍ଗରେ ରଙ୍ଗ ଖେଳୁଛନ୍ତି। ଆଖଣ୍ଡଳମଣୀ ଯୋଗ ଶିକ୍ଷା କେନ୍ଦ୍ର ଯୋଗ ଶିକ୍ଷାର୍ଥୀ ମାନେ ଏକାଠି ହୋଇ ନିଜ ନିଜ ଭିତରେ ରଙ୍ଗ ଲଗାଇଛନ୍ତି। ମହିଳା ଓ ପୁରୁଷ ମାନେ ଏକାଠି ହୋଇ ଗୋଟିଏ ବାର୍ତ୍ତା ଦେଇଛନ୍ତି ରଙ୍ଗର ପର୍ଵ ଆଣିଦିଏ ମନରେ ଶାନ୍ତି, ସମାଜରେ ମୈତ୍ରୀ ଓ ଭାଇଚାରା ଅଧିକ ସୂଚନା ଦେଇଛନ୍ତି ଅନୁଷ୍ଠାନର ସଦସ୍ୟମାନେ l ପବିତ୍ର ହୋଲି ପର୍ବରେ ଯୋଗ ଶିକ୍ଷାକେନ୍ଦ୍ରର ସଦସ୍ୟ ସଦସ୍ୟାମାନେ ମିଳିମିଶି ନାଚକୁଦ କରି ପରସ୍ପରକୁ ମିଠା ଖୁଆଇ ଅବିର ବୋଳି ନିଆରା ଢଙ୍ଗରେ ହୋଲି ପର୍ବ ପାଳନ କରିଛନ୍ତି l ଏହି କାର୍ଯ୍ୟକ୍ରମ କୁ ଯୋଗଗୁରୁ ମନୋଜ ନାୟକ ଙ୍କ ଅଧକ୍ଷତାରେ ବାବା ଆଖଣ୍ଡଳମଣି ଯୋଗ ଓ ଆଧ୍ୟାତ୍ମିକ ଶିକ୍ଷାକେନ୍ଦ୍ରର ସଦସ୍ୟ ଓ ସଦସ୍ୟାମାନେ ଯୋଗଦାନ କରି ଆନନ୍ଦରେ ହୋଲି ଉର୍ତ୍ସବ କୁ ପାଳନ କରିବା ସହିତ ସୁଚାରୁରୂପେ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ