March 15, 2025
Share

 

୧-ପୁରୀ:ଦୋଳ ପୂର୍ଣ୍ଣିମାରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନଦେଲେ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ।

 

୨-ଭୁବନେଶ୍ୱର:ଆସନ୍ତା ୩ ଦିନ ଯାଏଁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।

 

୩-ନେଟୱର୍କ ପ୍ଲାନିଂ ଗ୍ରୁପ ବୈଠକରେ ନିର୍ଗୁଣ୍ଡି-କଟକ ଓ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର ହେଲା ମୂଲ୍ୟାଙ୍କନ।

 

୪-ରଙ୍ଗର ପର୍ବରେ ରଙ୍ଗୀନ୍ ହେଲା ଦେଶ: ଶୁଭକାମନା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ।

 

୫-ହୋଲି ପାଇଁ କଟକ କମିଶନରେଟ ପୋଲିସର ପ୍ରସ୍ତୁତି, ନିୟୋଜିତ ହେବେ ୨୨ ପ୍ଲାଟୁନ ଫୋର୍ସ, ନିଶା ସେବନକୁ ଦୃଢ଼ କାର୍ଯ୍ୟନୁଷ୍ଠାନ।

 

୬-ଭୁବନେଶ୍ୱର:ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ, ଗାଧୁଆ ତୁଠ ଜଗିବ ସ୍ୱତନ୍ତ୍ର ଟିମ୍।

 

୭-କଟକ:ଶାରୀରିକ ଦଣ୍ଡ ପାଇଁ ୧ ଲକ୍ଷ ଟଙ୍କା ଜରିମାନା ଦେବେ ଶିକ୍ଷକ, ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ।

 

୮-ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲା : ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ଗଲେ ବିଜେଡି ନେତା ରାଜା ଚକ୍ର ।

 

୯-ମୋ ବସ୍‌ ଆଗରେ ଓ ପଛରେ ଲାଗିବ କ୍ୟାମେରା, ଯାହାର ଭୁଲ୍ ଥିବ ତା ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ : ନଗର ଉନ୍ନୟନ ମନ୍ତ୍ରୀ।

 

୧୦-ଭୁବନେଶ୍ୱର ଓ ଜୟପୁର:ପୁଣି ଘାରିଲାଣି ସାରଥୀ ବାବାଙ୍କ ମୋହ; ଚାଲିଛି ପୂଜାର୍ଚ୍ଚନା, ସତସଙ୍ଗ।

 

୧୧-ଓଟିଭିକୁ ଆଇନର ଛାଟ, କିଟ୍ କୁ ବଦନାମ କଲା ଭଳି ଖବର ପ୍ରସାରଣ କରି ପାରିବ ନାହିଁ ଓଟିଭି ଏବଂ ଏହାର ପୋର୍ଟାଲ ଓଡିଶା ରିପୋର୍ଟର।

 

୧୨-ରବୀନ୍ଦ୍ର ମଣ୍ଡପରେ ବୃନ୍ଦାବନ ମହୋତ୍ସବ : ହେମାମାଳିନୀଙ୍କ ଭାରତନାଟ୍ୟମ୍ ନୃତ୍ୟରେ ଦର୍ଶକ ବିମୋହିତ

 

୧୩-କଟକ:ଗିରଫ ହେଲେ ଜୁନିୟର ଆସିଷ୍ଟାଣ୍ଡ ଶ୍ରୀକାନ୍ତ ଡାକୁଆ, ୧ ଲକ୍ଷ ୮୬ ହଜାର ଟଙ୍କା ସହ ଧରା ପଡିଥିଲେ।

 

୧୪-ସାମାଜିକ ବାସନ୍ଦ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଅଣ ଆଦିବାସୀଙ୍କୁ ବିବାହ କରିବାରୁ ୧୨ ବର୍ଷ ପାଇଁ ବାସନ୍ଦ।

 

୧୫-ନାଗପୁର ମଡେଲ ଭଳି ଭୁବନେଶ୍ବରରେ ନିର୍ମାଣ ହେବ ଏଲିଭେଟେଡ କରିଡର, ଭିଡ ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ।

 

୧୬-ଧାମରା:ଐତିହାସିକ ୨୨୫ ବର୍ଷର ମତୋ ଦେଶ ଦୋଳ ମେଳଣ,୨୫ ରୁ ୩୦ ପଞ୍ଚାୟତରେ ବିଭିନ୍ନ ଗାଁ ଚଳ ଚଞ୍ଚଳ ହୁଏ ଏଥିପାଇଁ।

 

୧୭-ଗୁଜରାଟ ଭୋଦଦୋରାରୁ ଆସିଲା ଛାତିଥରା ଦୃଶ୍ୟ । ମଦ୍ୟପ ଆଇନ ଛାତ୍ର ଗାଡି ଚଢାଇ ନେଇଗଲେ ଜୀବନ।

 

୧୮-ଲଦାଖରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ।

 

୧୯-ଆଇପିଏଲରେ ଅନ୍ୟ ଦେଶର ଖେଳାଳି ଭାଗ ନ ନେବା ଉଚିତ – ପୂର୍ବତନ ପାକିସ୍ତାନୀ କ୍ରିକେଟର ଇଞ୍ଜାମାମ ଉଲ୍ ହକ୍।

 

୨୦-କାନାଡାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମାର୍କ କାର୍ନି, ଟ୍ରମ୍ପଙ୍କ ଧମକ ଯୋଗୁଁ ଆଗରେ ବିରାଟ ଚ୍ୟାଲେଞ୍ଜ।

 

*🙏 ସୁପ୍ରଭାତ 🙏*

ରଙ୍ଗର ପର୍ବ *ହୋଲି* ପାଇଁ ଶୁଭେଚ୍ଛା ଓ ଶୁଭକାମନା 💐🙏