May 14, 2026

କୁଚିଣ୍ଡା ଅଞ୍ଚଳରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଯତ୍ନ ଓ ସ୍ୱାସ୍ଥ୍ୟ ସଚେତନତା ପରୀକ୍ଷଣ ଶିବିର 

IMG-20250313-WA0032
Share

 

କୁଚିଣ୍ଡା, ୧୩. ୦୩: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ସାନମୁଣ୍ଡାଲୋଇ ଓ ଡୁଲେସରା ଠାରେ ନାବାର୍ଡ ଓ ସାର୍କ ଦ୍ୱାରା ପରିଚାଳିତ ୱାଡି ପ୍ରକଳ୍ପ ମାଧ୍ୟମରେ ଆଜି ୨ ଟି ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।

 

କେ. ଜମନକିରା ପଞ୍ଚାୟତର ସାନମୁଣ୍ଡାଲୋଇ ଠାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଯତ୍ନ ଓ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏପରିକି ଏହି ଶିବିରରେ ଚକ୍ଷୁ ପରୀକ୍ଷା ମଧ୍ୟ୍ୟ କରାଯାଇଥିଲା।

ସେହିପରି ସାଲେଭଟା ପଞ୍ଚାୟତର ଡୁଲେସରା ଠାରେ ସ୍ୱାସ୍ଥ୍ୟ ସଚେତନତା ଓ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇ ଉଭୟ ଶିବିରରେ ଏକ ଶହରୁ ଉର୍ଦ୍ଦ୍ୱ ରୋଗୀଙ୍କ ଚିକିତ୍ସା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଥିଲା। କାର୍ଯ୍ୟକ୍ରମ ସଂଯୋଜକ ଭରତ ଚନ୍ଦ୍ର ପ୍ରଧାନଙ୍କ ପରିଚଳନାରେ ଉଭୟ ଶିବିରରେ ଡାକ୍ତର ରାଜାରାମ ଷଡ଼ଙ୍ଗୀ ରୋଗୀଙ୍କ ପରୀକ୍ଷା କରି ନିଶୁକ୍ଳ ଔଷଧ ବଣ୍ଟନ କରିଥିଲେ। ଏଥିରେ ଦ୍ଵିତୀୟା କିସାନ, ଗୋପାଳ କିସାନ ଓ ସରୋଜିନୀ କାଲୋ ସହଯୋଗ କରିଥିଲେ।