ମା ମଧୁବନେଶ୍ୱରୀଙ୍କ ବାର୍ଷିକ ଉର୍ତ୍ସବ ମହାଡ଼ମ୍ବରରେ ପାଳିତ ହୋଇଯାଇଛି ..

ପୁରୀରେ ମା ମଧୁବନେଶ୍ୱରୀ ଉନ୍ନୟନ ପରିଷଦ ପକ୍ଷରୁ ମା ମଧୁବନେଶ୍ୱରୀଙ୍କ ବାର୍ଷିକ ଉର୍ତ୍ସବ ମହାଡ଼ମ୍ବରରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ମଙ୍ଗୁଳି ବାରିକଙ୍କ ସଭାପତିତ୍ୱ ରେ ଉପସଭାପତି ସୁଧୀର ପେଣ୍ଠଇ, ସମ୍ପାଦକ ଭବାନୀ ଭଟ୍ଟ, ସହ ସମ୍ପାଦକ ଅର୍ଜୁନ ସାହୁ, କୋଷାଧକ୍ଷ ହିମାଂଶୁ ଶେଖର ପଟ୍ଟନାୟକ, କ୍ରୀଡା ସମ୍ପାଦକ ରଞ୍ଜିତ କୁମାର ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦକ ଚିତ୍ତରଞ୍ଜନ ଜେନା, ଭାଗିରଥି ସେନାପତି ଙ୍କ ସହିତ ମଧୁବନ ପଞ୍ଚମ ଲେନ ର ସମସ୍ତ ସଦସ୍ୟ ସଦସ୍ୟା ମାନେ ମିଶି ମାଙ୍କ ମନ୍ଦିରରେ ସକାଳୁ ପୂଜାର୍ଚନା କରିବା ସହିତ ଝାଞ୍ଜ କୀର୍ତ୍ତନ ର ତାଳେତାଳେ ମାଙ୍କ ସନ୍ଧ୍ୟା ଆଳତୀ ଦର୍ଶନ କରି ପ୍ରସାଦ ପାଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ