May 10, 2026
IMG-20250310-WA0042
Share

 

ବୁଗୁଡା : ତା ୧୦/୦୩/୨୫ : ବୁଗୁଡା ଥାନା ଅନ୍ତର୍ଗତ ପଙ୍କଳସାହି ଗାଁର ଗୌରହରି ଦଳରା(୨୧)କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ କ୍ରମେ ପୋଲିସ ପକ୍ଷରୁ କେସ୍ ନଂ ୧୩୪/୨୫ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ପ୍ରକାଶ ଯେ, କିଛିଦିନ ତଳେ ଗୌରହରି ଓ ତାଙ୍କ ଗ୍ରାମର ମଙ୍ଗୁଳୁ ଦଳେଇ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ଗୌରହରି ଘରେ ଥିବାବେଳେ ମଙ୍ଗୁଳୁ , ବୁଗୁଡ଼ାର ଓମ ଓ ବାବୁ ସମେତ ଅନ୍ଯ କେତେଜଣ ତାଙ୍କୁ ଗାଳି ଗୁଲଜ କରି ଘରୁ ଟାଣି ଆଣି ଦାଣ୍ଡରେ ବାଉଁଶ ମୁଳିରେ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ ଅବସ୍ଥାରେ ଛାଡି ଚାଲିଯାଇଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୌରହରିଙ୍କ ମୁଣ୍ଡ ଫାଟି ଯାଇଥିଲା ଏବଂ ସେ ବୁଗୁଡା ମେଡିକାଲକୁ ଆସି ଚିକିତ୍ସିତ ହେବା ସହ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅନ୍ଯପକ୍ଷରେ ମଙ୍ଗୁଳୁର ମାଆଙ୍କ ପାଲଟା ଅଭିଯୋଗ କ୍ରମେ କେସ୍ ନଂ ୧୩୫/୨୫ରେ ପୋଲିସ ଏକ ମାମଲା ରୁଜୁ କରିଛି । ଏହି ଘଟଣାର ଅଭିଯୁକ୍ତମାନେ ଧରା ପଡିନଥିବା ବେଳେ ପୋଲିସ୍ ତଦନ୍ତ କରୁଥିବା ଜଣାଯାଇଛି।