May 10, 2026

ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ    

IMG-20250309-WA0072
Share

 

 

ପାରଳାଖେମୁଣ୍ଡି:୯/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ କେରାଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତିକ ମହିଳା ଦିବସ ୨୦୨୫ ପାଳିତ ହୋଇଥିଲା। ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏବଂ ବିଭିନ୍ନ ନାଚ ଗୀତର ଆୟୋଜନ ମଧ୍ୟ ହୋଇଥିଲା। ଉକ୍ତ ସଭାରେ ଆକାଂକ୍ଷା ମହିଳା ସଙ୍ଗଠନ ର ଉପ ସଭାନେତ୍ରୀ ଶ୍ରୀମତୀ ଅନୀତା ମିଶ୍ର ଅଧ୍ୟକ୍ଷତା କରି ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ସରପଞ୍ଚ ଏରୁଷୁ ଦଣ୍ଡ ପାଣି ଯୋଗ ଦେଇ ମହିଳା ମାନେ ଆହୁରି ଆଗକୁ ବଢିବା ଉଚିତ ବୋଲି ବୁଝାଇ କହିଥିଲେ । ସମ୍ମାନିତ ଅତିଥି ଭାବେ ଶିଶୁ କଲ୍ୟାଣ କମିଟି ର ସଦସ୍ୟା ଶ୍ରୀମତୀ ମମତା ଶତପଥି ଯୋଗ ଦେଇ ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀମତି କ୍ଷୀରାବ୍ଧି ତନୟା ପଣ୍ଡା ନାରୀ ଶିକ୍ଷିତ ହେଲେ ଦେଶ ଆଗକୁ ବଢ଼ିବାରେ ସହଯୋଗ କରିପାରିବେ। ଉପଦେଷ୍ଟା ଶ୍ରୀମତି ସ୍ୱର୍ଣ୍ଣ ପ୍ରଭା ପାଠି ମହିଳା ମାନଙ୍କ ର ଅଧିକାର ଓ ଆନ୍ତର୍ଜାତୀକ ମହିଳା ଦିବସ ଉପରେ ବୁଝାଇ ଥିଲେ। ସଙ୍ଗଠନ ର ସଂପାଦିକା ଶ୍ରୀମତି ମିନା କୁମାରୀ ଟହଲ ସଙ୍ଗଠନ ର ବାର୍ଷିକ ବିବରଣୀ ପାଠ କରୁଥିଲେ। ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା ଙ୍କୁ ଆକାଂକ୍ଷା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ସଙ୍ଗୀତ ପରିବେଷଣ କ୍ଷେତ୍ର ରେ ଜ୍ୟୋର୍ତ୍ତିମୈ ପଣ୍ଡା ଙ୍କୁ ପୁରସ୍କାର ବିତରଣ କରାଯିବା ଅନ୍ୟାନ୍ୟ ମହିଳା ଓ କନ୍ୟା ଶିଶୁ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଚିନ୍ମୟୀ ପଣ୍ଡା, ରାଧା ରାଣୀ ପାଢ଼ୀ, ଭାଗ୍ୟ ଲକ୍ଷୀ ନାୟକ ସହଯୋଗ କରିଥିଲେ।