March 12, 2025

ମାଙ୍କଡ଼ସା ପଥର ଚୋରା ଚାଲାଣ , ୪ ଗାଡି ଜବତ ସହ ୪ ଚାଳକ ଅଟକ 

Share

 

ବୁଗୁଡା : ତା ୦୭/୦୩/୨୫ : ବୁଗୁଡ଼ା ଅଞ୍ଚଳରେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଦୈନିକ ଗାଡି ଗାଡି ମାଙ୍କଡ଼ସା ପଥର ଚୋରା ଚାଲାଣ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଥିବା ବେଳେ ଆଜି ବୁଗୁଡା ପୋଲିସ ହାବୁଡରେ ପଡିଥିବା ମାଙ୍କଡ଼ସା ପଥର ବୋଝେଇ ୪ଟି ଗାଡି ଜବତ ହେବା ସହ ୪ ଜଣ ଡ୍ରାଇଭର ଥାନାରେ ଅଟକ ଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକାଶ ଯେ, ଆଜି ପ୍ରାତଃକାଳରେ ପେଟ୍ରୋଲିଂରେ ଯାଇଥିବା ବେଳେ କୁମୁଣ୍ଡ ପଥର ଖଣିରୁ ବୁଗୁଡା ଅଭିମୁଖେ ଆସୁଥିବା ୪ଟି ବେଆଇନ ମାଙ୍କଡ଼ସା ପଥର ବୋଝେଇ ଗାଡି ମଧ୍ୟରୁ କରଚୁଲିରେ ୨ଟି ଏବଂ ଉଦିପୁର ଓ କରସିଙ୍ଗିରେ ୧ଟି ଲେଖାଏଁ ଚୋରା ଚାଲାଣ ହେଉଥିବା ମାଙ୍କଡ଼ସା ପଥର ବୋଝେଇ ଗାଡି ପୋଲିସ ହାବୁଡରେ ପଡିଥିଲା । ପୋଲିସ ସେହି ୪ଟି ବେଆଇନ ମାଙ୍କଡ଼ସା ପଥର ବୋଝେଇ ଗାଡିକୁ ଜବତ କରି ୪ ଜଣ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି। ଏ ନେଇ ପୋଲିସ ପକ୍ଷରୁ ଥାନାରେ କେସ୍ ନଂ ୧୪୬/୨୫, ୧୪୭/୨୫, ୧୪୮/୨୫ ଓ ୧୪୯/୨୫ ରେ ୪ଟି ପୃଥକ୍ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି।