March 6, 2025

ସରକାରୀ ରାସ୍ତା ଜବରଦଖଲକୁ ବିରୋଧ..

Share

 

 

ଖୋର୍ଦ୍ଧା – ( ପ୍ରିୟଙ୍କା ମହାପାତ୍ର)ଜଟଣୀ ଥାନା ଅର୍ନ୍ତଗତ ରାଣୀପୁର ଠାରେ ଏକ ସରକାରୀ ରାସ୍ତା ଜବରଦଖଲକୁ ବିରୋଧ କରିଛନ୍ତି ଏକ ଅନୁଷ୍ଠାନ ତାହାର ନାମ ହେଉଛି ବାପା ମା ବୃଦ୍ଧା ଶ୍ରମର ଅନ୍ତେବାସୀ ମାନେ ରାସ୍ତାରେ ବସିଥିଲେ । ଜଟଣୀ ଥାନା ଅଧିନ ରାଣୀପୁର ଠାରେ ଥିବା ଏକ ବୃଦ୍ଧା ଆଶ୍ରମ ରହିଛି । ସେଠାରେ ୫୦ ରୁ ଅଧିକ ବୃଦ୍ଧ ବୃଦ୍ଧା ରହୁଛନ୍ତି । ଏହି ଆଶ୍ରମ ସମ୍ମୁଖରେ ଏକ ସରକାରୀ ରାସ୍ତା ରହିଛି । ଯାହାକି ସ୍ଥାନୀୟ ଗ୍ରାମ ର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ କବଜାରେ ଅଛି । ବେଆଇନ ଭାବେ ସେଠାରେ ନିର୍ମାଣ କାର୍ଯ୍ୟ କରିବାକୁ ସେହି ପ୍ରଭାବଶଳୀ ବ୍ୟକ୍ତି ବାଲି ଗୋଡି ପଥର ଗଦା କରି ରଖିଛନ୍ତି , I ଯାହାକି ଆଶ୍ରମର ଅନ୍ତେବାସୀ ମାନେ ସିଧା ସଳଖ ମୁଖ୍ୟ ରାସ୍ତାକୁ ଆସି ନ ପାରି ଅନ୍ୟ ଏକ ରାସ୍ତାଦେଇ ଯିବା ଆସିବା କରୁଛନ୍ତି । ତେବେ ଏହି ବେଆଇନ ଦଖଲକୁ ଦେଇ ଗତ ମାସ ବୃଦ୍ଧାଶ୍ରମର ସଭାପତି ଗୌତମ ମହାରଣାଙ୍କ ସହ ଅନ୍ତେବାସୀ ମାନେ ଜଟଣୀ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ‘ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ତହସିଲ କାର୍ଯ୍ୟାଳୟରେ କର୍ମଚାରୀଙ୍କ ପାଖରେ ମଧୁଚନ୍ଦ୍ରିକା ଥିବାରୁ ତା’ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ। ତେବେ ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତି ସକାଳୁ ସେହି ସରକାରୀ ରାସ୍ତା ଉପରେ ଜୋର ଜବରଦସ୍ତ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ବୃଦ୍ଧା ଶ୍ରମ ଅନ୍ତେବାସୀ ମାନେ ଏହାକୁ ବିରୋଧ କରିଥିଲେ ସୁଦ୍ଧା ତାହା ବନ୍ଦ ନ ହେବାରୁ ବାଧ୍ୟ ହୋଇ ୫୦ ରୁ ଅଧିକ ଜଟଣୀ ତିରିମଲ୍ଲ ମୁଖ୍ୟ ରାସ୍ତା ଉପରେ ବସିଥିଲେ । ପ୍ରାୟ ୨ ଘଣ୍ଟା ବିରୋଧ କରିବା ପରେ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ସଂଖ୍ୟାରେ ଗାଡି ମୋଟର ଅଟକି ରହିଥିଲା । ପରେ ଘଟଣା ସ୍ଥଳରେ ଜଟଣୀ ଥାନାଧିକାରୀ ଷ୍ଟାଲିନ ବିଶ୍ୱାଳ ପହଞ୍ଚି ବୁଝା ସୁଝା କରିବା ପରେ ଆଶ୍ରମ ଅନ୍ତେବାସୀ ମାନେ ରାସ୍ତା ଉପରୁ ଉଠିଥିଲେ । ଅନ୍ୟପଟେ ଖବର ଲେଖା ହେବା ପର୍ଯ୍ୟନ୍ତ ଜଟଣୀ ତହସିଲଦାରଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।

You may have missed